ନିର୍ଦ୍ଦିଷ୍ଟ ସମୟ ଭିତରେ ବଡ଼ଦିନ ଓ ନୂଆବର୍ଷ ସେଲିବ୍ରେସନ ସାରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଦ୍ଵେତନଗର ଭୁବନେଶ୍ଵର ଏବଂ କଟକରେ ଖ୍ରୀଷ୍ଟମାସ ଏବଂ ନୂଆବର୍ଷ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୨୪ତାରିଖରୁ ଆର ବର୍ଷ ଜାନୁଆରୀ ୫ପର୍ଯନ୍ତ ପୋଲିସ ପ୍ରସ୍ତୁତ କରିଛି ସୁରକ୍ଷା ପ୍ଲାନ୍ । ଟ୍ରାଫିକ ଭିଡ଼ ଓ ରାସ୍ତା ଉପରେ ଅମାନିଆଙ୍କୁ ନଜରରେ ରଖିବାକୁ ୧୫ପ୍ଲାଟୁନ ଫୋର୍ସ ସହ ଅଫିସରଙ୍କୁ ମିଶାଇ ମୋଟ ୧୮ପ୍ଲାଟୁନ ଫୋର୍ସ ମୁତୟନ ପାଇଁ ନିଷ୍ପତ୍ତି ହୋଇଛି । ପ୍ରତି ଜୋନରେ ଥିବା ଥାନା ଅଞ୍ଚଳରେ ଫୋର୍ସ ମୁତୟନ ସହ ଟ୍ରାଫିକ ଭିଡ଼ ନିୟନ୍ତ୍ରଣ ପାଇଁ ବାଇକରେ ବୁଲିବେ ଟ୍ରାଫିକ କର୍ମଚାରୀ । ଏଥିସହ ମଦ୍ୟପାନ କରି ରାସ୍ତାକୁ ନ ଓହ୍ଲାଇବାକୁ ନିର୍ଦ୍ଦେଶ ସହ ଜିରୋ ନାଇଟକୁ ନଜରରେ ରଖି ରେଷ୍ଟୋରାଣ୍ଟ ଓ ପବ ଓ ପାର୍ଟି ଇଭେଣ୍ଟ ମାନଙ୍କୁ ନିୟମ ଭିତରେ ରହି ନିୟମ ପାଳିବାକୁ କଡ଼ା ଚେତାବନି ଦେଇଛନ୍ତି ପୋଲିସ କମିଶନର । ବିଭିନ୍ନ ବାର ଉପରେ ନଜର ରଖିବାକୁ ୭ଟି ଟିମ୍ ଗଠନ କରିଛି ଅବକାରୀ ଟିମ୍ । ଫୁଡ ସେପ୍ଟି ଲାଇସେନ୍ସ ନେଇ ନିୟମ ଉଲଙ୍ଘନ କରୁଥିଲେ ମଧ୍ୟ ଲାଇସେନ୍ସ ବାତିଲ କରିପାରେ ଫୁଡ୍ ସେପ୍ଟି ଟିମ୍ ।