ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବଜେଟ୍ ଅଧିବେଶନ ଆରମ୍ଭ ଅବସରରେ ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ପ୍ରଶଂସା କରିଛନ୍ତି। ଶ୍ରୀ ମୋଦୀ କହିଥିଲେ ଯେ ଆଜିର ଅଭିଭାଷଣ ବ୍ୟାପକ ଏବଂ ଅନ୍ତର୍ଦୃଷ୍ଟିପୂର୍ଣ୍ଣ ଥିଲା। ଏହା ନିକଟ ଅତୀତରେ ଭାରତର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ପ୍ରତିଫଳିତ କରିବା ସହିତ ଭବିଷ୍ୟତ ପାଇଁ ଏକ ସ୍ପଷ୍ଟ ଦିଗକୁ ମଧ୍ୟ ଦର୍ଶାଉଛି। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ, ଆଜିର ଅଭିଭାଷଣରେ ଏକ ବିକଶିତ ଭାରତ ନିର୍ମାଣ ଉପରେ ଗୁରୁତ୍ୱ ସମ୍ପୂର୍ଣ୍ଣ ଭାବେ ଉପସ୍ଥାପିତ ହୋଇଛି, ଯାହା ଏକ ଶକ୍ତିଶାଳୀ ଏବଂ ଆତ୍ମନିର୍ଭରଶୀଳ ରାଷ୍ଟ୍ର ନିର୍ମାଣ ପାଇଁ ଆମର ସହଭାଗୀ ଆକାଂକ୍ଷାକୁ ପ୍ରତିଫଳିତ କରୁଛି। ଏହା ସଂସ୍କାର ଏକ୍ସପ୍ରେସକୁ ଆହୁରି ତ୍ୱରାନ୍ୱିତ କରିବା ଏବଂ ନବସୃଜନ ତଥା ସୁଶାସନ ଉପରେ ଗୁରୁତ୍ୱ ଦେବା ପାଇଁ ଆମର ସାମୂହିକ ପ୍ରତିବଦ୍ଧତାକୁ ଦୋହରାଇଛି ବୋଲି ଶ୍ରୀ ମୋଦୀ କହିଛନ୍ତି।