ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ବାରାଣସୀରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇ ଆଜି ଦିନିକିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ଏକ ସ୍ବତନ୍ତ୍ର ବିମାନବନ୍ଦରରେ ଭୁବନେଶ୍ବରରେ ପହଞ୍ଚିଛନ୍ତି। ଆଜିର ଏହି ଐତିହାସିକ ଦିବସରେ ପ୍ରଧାନମନ୍ତ୍ରୀ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ)ର ନୂତନ ଡାଟା ସେଣ୍ଟର ଏବଂ ସାଇବର୍ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନକୁ ଉଦ୍ଘାଟନ କରିବେ। ଆର୍ବିଆଇର ନୂତନ ଡାଟା ସେଣ୍ଟର ଏବଂ ସାଇବର୍ ସୁରକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାରତର ଆର୍ଥିକ ବ୍ୟବସ୍ଥାରେ ପ୍ରଯୁକ୍ତିର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେବ ବୋଲି କୁହାଯାଉଛି। ଏଗୁଡ଼ିକ ବ୍ୟାଙ୍କର କମ୍ପ୍ୟୁଟିଂ ଆବଶ୍ୟକତା ପୂରଣ କରିବା ସହ ବ୍ୟାଙ୍କ ଓ ବ୍ୟାପକ ଆର୍ଥିକ କ୍ଷେତ୍ର ପାଇଁ ଏକ ସୁରକ୍ଷିତ, ସ୍ଥିର, କମ୍ପ୍ୟୁଟିଂ ଇକୋସିଷ୍ଟମ ପ୍ରଦାନ କରିବା ଭଳି ଡିଜାଇନ୍ କରାଯାଇଥିବା କୁହାଯାଇଛି। ସାଇବର୍ ସୁରକ୍ଷା ତାଲିମ ପ୍ରତିଷ୍ଠାନ ଆର୍ବିଆଇର କ୍ଷମତା ନିର୍ମାଣକୁ ବୃଦ୍ଧି କରିବ। ଏହା ସାଇବର୍ ସୁରକ୍ଷା, ଉଦ୍ୟୋଗ-ପ୍ରଯୁକ୍ତିବିଦ୍ୟା ତାଲିମ ସହିତ ଗବେଷଣା ଏବଂ କ୍ଷେତ୍ରସ୍ତରୀୟ ଦକ୍ଷତା ବିକାଶ ପାଇଁ ଏକ ଉତ୍ସର୍ଗୀକୃତ ସଂସ୍ଥାଗତ ପ୍ଲାଟଫର୍ମ ପ୍ରଦାନ କରିବ।