ଆସନ୍ତାକାଲି ଆମେରିକା ଗସ୍ତରେ ଯାଉଛନ୍ତି ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆମେରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ବିଦେଶ ମନ୍ତ୍ରଣାଳୟ ଏବଂ ରାଷ୍ଟ୍ରୀୟ ସୁରକ୍ଷା ଏଜେନ୍ସିଂର ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ଡଳ ଉପସ୍ଥିତ ରହିବ। ଏନେଇ ବିଦେଶ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଳା ସୂଚନା ଦେଇଛନ୍ତି । ଗସ୍ତ ସମୟରେ କ୍ବାଡ ଶିଖର ସମ୍ମିଳନୀ ଏବଂ ମିଳିତ ଜାତିସଂଘର ମହାସଭାରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।

ଏହାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୋଭିଡ 19 ମହାମାରୀ ଉପରେ ବୈଶ୍ବିକ ଶିଖର ସମ୍ମିଳନୀରେ ମଧ୍ୟ ଯୋଗ ଦେବେ। ବୁଧବାର ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମର ଅଧ୍ୟକ୍ଷତା ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କରିବେ।

ସେହିପରି 24 ତାରିଖରେ ମୋଦି ଏବଂ ବାଇଡେନଙ୍କ ମଧ୍ୟରେ ଦ୍ବିପାଖିକ ଆଲୋଚନା ହେବ। ଏହି ଦ୍ବିପାଖିକ ବୈଠକରେ ଆମେରିକାର ଉପ-ରାଷ୍ଟ୍ରପତି କମଲା ହାରିସ ମଧ୍ୟ ଉପସ୍ଥିତ ରହିବେ। ହାରିସଙ୍କ ସହ ଏହା ପ୍ରଥମ ସରକାରୀ ଆଲୋଚନା ହେବ। ସେହିପରି ଏହ ଗସ୍ତ ସମୟରେ ବଡ ବଡ ଉଦ୍ୟୋଗୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।ସୂଚନା ଅନୁସାରେ ନ୍ୟୁୟର୍କରେ ଶେଖ ହସିନାଙ୍କ ସହିତ ମଧ୍ୟ ମୋଦି ଙ୍କର ସାକ୍ଷାତ କାର୍ଯ୍ୟକ୍ରମ ରହିଛି I

Comments (0)
Add Comment