ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ. ନବୀନଚନ୍ଦ୍ର ରାମଗୁଲାମଙ୍କ ସହ କଥା ହୋଇ ସାଧାରଣ ନିର୍ବାଚନରେ ଐତିହାସିକ ବିଜୟ ପାଇଁ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କର ନୂଆ କାର୍ଯ୍ୟକାଳର ସଫଳତା କାମନା କରିଛନ୍ତି ଏବଂ ମରିସସ୍ର ବନ୍ଧୁତ୍ୱପୂର୍ଣ୍ଣ ଲୋକମାନଙ୍କ ଉନ୍ନତି ତଥା ସମୃଦ୍ଧି ପାଇଁ ସମର୍ଥନ କରିବାକୁ ଭାରତ ପ୍ରତିବଦ୍ଧ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଭାରତ ଓ ମରିସସ୍ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ବର୍ଷ ବର୍ଷ ଧରି ଡ. ରାମଗୁଲାମ ତଥା ଜାତିର ପିତା ସାର୍ ସିଉସାଗର ରାମଗୁଲାମଙ୍କ ଦ୍ୱାରା କରାଯାଇଥିବା ଯୋଗଦାନକୁ ମନେ ପକାଇଛନ୍ତି। ଯଥାଶୀଘ୍ର ଭାରତ ଗସ୍ତରେ ଆସିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ନିମନ୍ତ୍ରଣକୁ ନବନିର୍ବାଚିତ ପ୍ରଧାନମନ୍ତ୍ରୀ ରାମଗୁଲାମ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ଏବଂ ଅନନ୍ୟ ଭାଗିଦାରୀକୁ ଅଧିକ ଗଭୀର କରିବା ସହ ଏହା ଆଗକୁ ବଢ଼ାଇବା ପାଇଁ ମିଳିତ ଭବେ କାର୍ଯ୍ୟ କରିବାକୁ ଉଭୟ ନେତା ସେମାନଙ୍କର ପ୍ରତିବଦ୍ଧତାକୁ ନିଶ୍ଚିତ କରିଛନ୍ତି। ଦୁଇ ନେତା ଯୋଗାଯୋଗରେ ରହିବାକୁ ସହମତ ହୋଇଥିଲେ।