ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଠାରୁ ମେ’ ୨୦ ତାରିଖ ପର୍ଯ୍ୟନ୍ତ ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀ ଗସ୍ତ କରିବେ। ଭାରତ ବାଣିଜ୍ୟ, ନିବେଶ, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ପ୍ରମୁଖ ବିଶ୍ୱ ଅଂଶୀଦାରଙ୍କ ସହ ସମ୍ପର୍କକୁ ଆହୁରି ନିବିଡ଼ କରିବାକୁ ଚାହୁଁଛି। ଅପରପକ୍ଷରେ ମଧ୍ୟ ପ୍ରାଚ୍ୟରେ ଚାଲିଥିବା ଉତ୍ତେଜନମୟ ପରିବେଶ ମଧ୍ୟରେ ମୋଦୀଙ୍କ UAE ଗସ୍ତ ଉପରେ ନଜର ରହିଛି। କାରଣ ସେଠାରୁ ୮୫ ପ୍ରତିଶତରୁ ଅଧିକ ଅଶୋଧିତ ତେଲ ଆମଦାନୀ ହୁଏ ।