ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଶିମଳା ଗସ୍ତରେ ଯାଇ ଐତିହାସିକ ରିଜ ମୈଦାନରେ ‘ଗରିବ କଲ୍ୟାଣ ସମ୍ମେଳନ ‘କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ ଦେଶର ଅଭାବୀ ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ଦେଶ ର ୯ ଟି ମନ୍ତ୍ରାଳୟ ଦ୍ୱାରା ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଥିବା ୧୬ଟି କେନ୍ଦ୍ରୀୟ ଯୋଜନାର ହିତାଧିକାରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ । ଏଥି ସହ ପିଏମ୍ କିଶାନ ସମ୍ମାନ ନିଧିର ଏକାଦଶ କିସ୍ତି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏକାଦଶ କିସ୍ତି ଟଙ୍କା ସିଧାସଳଖ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟଙ୍କା ଯାଇଛି ଏହା ସହ ସେଠାରେ ପ୍ରଧାନ ମନ୍ତ୍ରୀ Iଏହି କିସ୍ତି ବାବଦ ମୋଟ୍ ୨୧ ହଜାର କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯିବ । ପିଏମ୍ କିଶାନ ସମ୍ମାନ ନିଧି ଯୋଜନାରେ କେନ୍ଦ୍ର ସରକାର ଚାଷୀଙ୍କୁ ବର୍ଷକୁ ୬ ହଜାର ଟଙ୍କା ପ୍ରଦାନ କରାଯାଇଛି । ବର୍ଷକୁ ତିନିଟି କିସ୍ତିରେ ଏହି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଛି । ଦେଶର ୧୧ କୋଟି ୭୮ ଲକ୍ଷ ଚାଷୀଙ୍କ ଖାତାକୁ ବର୍ତ୍ତମାନ ସୁଦ୍ଧା ୮୨ ହଜାର କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇ ସାରିଲାଣି । ଏଥିସହିତ ଦୀର୍ଘ ଦିନ ଧରି କିସ୍ତି ପାଇଁ ଅପେକ୍ଷା କରିଥିବା କୃଷକମାନେ ଆଜି ଏହାର ଲାଭ ପାଇଛନ୍ତି।