ପିଏମ କିସାନ ଯୋଜନା : ନୂଆ ବର୍ଷ ପୂର୍ବରୁ କୃଷକମାନଙ୍କ ପାଇଁ ବଡ଼ ଉପହାର

ନୂଆ ବର୍ଷ ପାଇଁ ଚାଷୀଙ୍କୁ ଉପହାର ଦେବେ ପ୍ରଧାନ ମନ୍ତ୍ରୀ I ପ୍ରଧାନମନ୍ତ୍ରୀ କିସାନ୍ ସମ୍ମାନ ଯୋଜନା ଦ୍ୱାରା ବର୍ଷର ଶେଷ ମାସ ଅର୍ଥାତ୍ ଡିସେମ୍ବର ମାସରେ ଚାଷୀଙ୍କ ପାଇଁ ଏକ ଖୁସି ଖବର ଆସୁଛି I ଦୀର୍ଘ ଦିନ ଧରି ଦଶମ କିସ୍ତି ପାଇଁ ଅପେକ୍ଷା କରିଥିବା କୃଷକଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଆସିବ I ଏହି ଯୋଜନା ଅଧୀନରେ ଏପର୍ଯ୍ୟନ୍ତ ୯ ଟି କିସ୍ତି କୃଷକଙ୍କ ଆକାଉଣ୍ଟକୁ ପଠାଯାଇଛି I ଡିସେମ୍ବର ୧୫ ସୁଦ୍ଧା ସରକାର ଦଶମ କିସ୍ତିର ଟଙ୍କା ପଠାଇବେ I

ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାର ବାର୍ଷିକ ୬୦୦୦ ଟଙ୍କା ସିଧାସଳଖ କୃଷକଙ୍କ ଆକାଉଣ୍ଟକୁ ଚାଷୀଙ୍କ ଆର୍ଥିକ ସ୍ଥିତି ଏବଂ ସେମାନଙ୍କ ଆୟର ଉନ୍ନତି ପାଇଁ ପଠାନ୍ତି। ଅଦ୍ୟାବଧି ପିଏମ କିସାନ ସାମନ ଯୋଜନାର ୯ ଟି କିସ୍ତିର ଟଙ୍କା କୃଷକଙ୍କ ଆକାଉଣ୍ଟରେ ପହଞ୍ଚିଛି। ବର୍ତ୍ତମାନ ପରବର୍ତ୍ତୀ ଅର୍ଥାତ୍ ଦଶମ କିସ୍ତି ପାଇଁ ଟଙ୍କା ଆସନ୍ତା ମାସରେ ଆସିବାକୁ ଯାଉଛି I

Comments (0)
Add Comment