ଘରେ ଲଗାନ୍ତୁ ଏହି ପବିତ୍ର ‘ଶମୀବୃକ୍ଷ ‘

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ, ଏପରିକି ଏହାକୁ ଅନେକ ଘରେ ପୂଜା କରାଯାଏ। କିନ୍ତୁ ତୁଳସୀ ବ୍ୟତୀତ ଆଉ ଏକ ଉଦ୍ଭିଦ ଅଛି ଯାହା ଘରେ ଲଗାଇବା ଅତ୍ୟନ୍ତ ଲାଭଦାୟକ, ଏହା ହେଉଛି ଶମିବୃକ୍ଷ I ଘରେ ଏହି ବୃକ୍ଷ ଲଗାଇବା କେବଳ ସୁଖ ଏବଂ ସମୃଦ୍ଧତା ଆଣି ନଥାଏ ବରଂ ଅର୍ଥର ଅଭାବକୁ ମଧ୍ୟ ଦୂର କରିଥାଏ | ଶମିବୃକ୍ଷ ଲଗାଇବା ଦ୍ୱାରା ଶନି କ୍ରୋଧକୁ ମଧ୍ୟ ଏଡାଯାଇପାରିବ I ଏହାକୁ ଘରେ ଲଗାଇଲେ ଆର୍ଥିକ ପରିସ୍ଥିତିରେ ସୁଧାର ଆସିଥାଏ I

ଶମିବୃକ୍ଷ ଭଗବାନ ଶିବଙ୍କର ସବୁଠାରୁ ପ୍ରିୟ ବୋଲି ବିବେଚନା କରାଯାଏ ଏବଂ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏହାକୁ ଘରେ ଲଗାଇବା ସୁଖ ଏବଂ ସମୃଦ୍ଧତା ଆଣିବା ସହିତ ଟଙ୍କା ସଙ୍କଟ ଦୂର କରିଥାଏ | ଏହି ଶମିବୃକ୍ଷ ଆପଣଙ୍କ ଘରେ ଥିବା ଅସନ୍ତୋଷକୁ ମଧ୍ୟ ଶେଷ କରିପାରେ ଏବଂ ବିଶ୍ୱାସ କରାଯାଏ ଯେ ଏହି ବୃକ୍ଷ ଲଗାଇବା ଦ୍ୱାରା ‘ଶନି ସାଢେସIତୀ‘ ଏବଂ ଛାୟା ଙ୍କ ଖରାପ ପ୍ରଭାବକୁ ଏଡାଯାଇପାରିବ ଏହା ବ୍ୟତୀତ, ଏହି ବୃକ୍ଷ ବିବାହ ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ |
ଏହି ଉଦ୍ଭିଦ ଲଗାଇବା ପୂର୍ବରୁ, କିଛି ଜିନିଷକୁ ଧ୍ୟାନରେ ରଖିବା ଅତ୍ୟନ୍ତ ଜରୁରୀ I ସର୍ବପ୍ରଥମେ ଶନିବାର ଦିନ ଏହି ଉଦ୍ଭିଦ ଲଗାନ୍ତୁ ଇ ଏବଂ ପୂଜା କରନ୍ତୁ I

ଶମି ବୃକ୍ଷ କେବେବି ଘର ଭିତରେ ଲଗାଯିବା ଉଚିତ୍ ନୁହେଁ I ଏହାକୁ ସର୍ବଦା ଘରର ମୁଖ୍ୟ ଦ୍ୱାରରେ ରଖନ୍ତୁ ଏବଂ ଘରୁ ବାହାରିବାବେଳେ ଆପଣଙ୍କ ଡାହାଣ ପାର୍ଶ୍ୱରେ ରହିବା ଉଚିତ I ଅର୍ଥାତ୍ ଯଦି ସମ୍ଭବ ହୁଏ ଘରର ମୁଖ୍ୟ ଫାଟକର ବାମ ପାର୍ଶ୍ୱରେ ଏହି ବୃକ୍ଷ ଲଗାଇବା ଶୁଭ ଅଟେ I ଯଦି ଆପଣ ଏହି ବୃକ୍ଷକୁ ମୁଖ୍ୟ ଫାଟକରେ ଲଗାଇବାକୁ କିମ୍ବା ଉପର ମହଲାରେ ରହିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ଏହାକୁ ଦକ୍ଷିଣ ଦିଗରେ ଟେରାସରେ ମଧ୍ୟ ଲଗାଇ ପାରିବେ | ଆହୁରି ମଧ୍ୟ, ସୂର୍ଯ୍ୟକିରଣ ପାଇଁ ଏହା ଛାତର ପୂର୍ବ ଦିଗରେ ଲଗାଯାଇପାରିବ |
ଏହି ଶମିବୃକ୍ଷ ର ସମ୍ପର୍କ ନ୍ୟାୟ ର ଦେବତା ଶନି ଦେବ ଙ୍କ ସହିତ ଥିବାରୁ ଆପଣ ପ୍ରତି ଶନିବାର ଏହି ବୃକ୍ଷ ମୂଳରେ ରାଶି ତେଲ ର ଦୀପ ଜଳାନ୍ତୁ ଏବୋ ସମ୍ଭବ ହେଲେ ଅନ୍ୟ ଦିନ ଘିଅ ଦୀପ ଦେଇପାରିବେ ଇ ଘରେ ଯଥାସମ୍ଭବ ଶାନ୍ତି ରଖନ୍ତୁ ଅନ୍ୟାୟ ଅନୀତିରୁ ଦୁରେଇ ରୁହନ୍ତୁ I

Comments (0)
Add Comment