ଆର୍ଥିକ ସମୃଦ୍ଧି ପାଇଁ ଘରେ ଏହି ଦିଗରେ ଲଗାନ୍ତୁ ବାଉଁଶ ଗଛ

ବାସ୍ତୁ ଶାସ୍ତ୍ରରେ କେତେକ ଗଛ ରହିଛି ଯାହା ଘର ପାଇଁ ଶୁଭଙ୍କର ବୋଲି ଧରାଯାଇଥାଏ I ଘରେ ଗଛ ଲଗାଇବା ଦ୍ୱାରା ସକରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ I ଏହା ଦ୍ୱାରା , ଦୁର୍ଭାଗ୍ୟ ଦୂର ହୋଇଥାଏ I ଏହିପରି ଘରେ ଲଗାଇବା ପାଇଁ ଗୋଟିଏ ଗଛ ହେଉଛି ବାଉଁଶ ବା (ବୋନସାଇ) I ଏହାକୁ ଘରେ ଲଗାଇଲେ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ I ଆସନ୍ତୁ ଜାଣିବା ଘରେ କେଉଁ ଦିଗରେ ଲଗାଇବା ବାଉଁଶ (ବୋନସାଇ) ଗଛ I

ବାସ୍ତୁ ଶାସ୍ତ୍ରରେ ଘରେ ବାଉଁଶ ଗଛ ଲଗାଇବା ଘରର ପରିବେଶକୁ ଶୁଦ୍ଧ କରିଥାଏ ଏବଂ ଘରେ ସକରାତ୍ମକ ଶକ୍ତି ଖେଳିଥାଏ I ଘରେ ସୁଖ, ଶାନ୍ତି ଏବଂ ଆର୍ଥିକ ସମୃଦ୍ଧି ପାଇଁ ଏହାକୁ ପୂର୍ବ ଦିଗରେ ଲଗାଇବା ଉଚିତ୍ I ଏହା ବ୍ୟତୀତ ଡ୍ରଇଂ ରୁମ୍, ଲିଭିଙ୍ଗ୍ ରୁମ୍ କିମ୍ବା ଘରର ସଦସ୍ୟ ମାନଙ୍କ ବସିବା,ଉଠିବା ସ୍ଥାନରେ ମଧ୍ୟ ରଖାଯାଇପାରେ I ଏହା ଦ୍ୱାରା ପରିବାରର ସଦସ୍ୟମାନଙ୍କ ମଧ୍ୟରେ ପାରସ୍ପରିକ ସ୍ନେହ ସମ୍ପର୍କ ସୁଦୃଢ ହୋଇଥାଏ I

ଯଦି ଆପଣ ଘରେ ବାଉଁଶ ଲଗାଇଥାନ୍ତି , ତେବେ ଏହାକୁ ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ଲଗାନ୍ତୁନାହିଁ , କାରଣ ଏହା ଗଛ କୁ ନଷ୍ଟ କରିଦିଏ ଇ ଗଛ ଝାଉଁଳିଗରେ ପରିବାରର ଆର୍ଥିକ ଅବସ୍ଥା ଉପରେ ନକାରାତ୍ମକ ପ୍ରଭାବ ପଡିଥାଏ I

ବାଉଁଶ ଗଛ ଘରର ବାୟୁକୁ ବିଶୁଦ୍ଧ କରିଥାଏ I ବାୟୁ ପ୍ରଦୂଷଣକୁ ହ୍ରାସ କରିବାରେ ବାଉଁଶ ଗଛ ସହାୟକ ହୋଇଥାଏ ଇଘରେ ସର୍ବଦା ୨ -୩ -ଫୁଟ ଉଚ୍ଚତା ଯାଏ ବଢ଼ୁ ଥିବା ବାଉଁଶ ଗଛ ଲଗାନ୍ତୁ I

ଘର ବ୍ୟତୀତ ଅଫିସ ବା କାର୍ଯ୍ୟାଳୟରେ ବାଉଁଶ ଗଛ ଲଗାଇବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ I ତେଣୁ, ଯେତେବେଳେ ଅଫିସରେ ଲଗାଇବେ , ସମୟ ସମୟରେ ଏଥିରେ ପାଣି ଦିଅନ୍ତୁ I ଏହା ଆର୍ଥିକ ସ୍ଥିତିକୁ ମଜବୁତ କରିଥାଏ I

Comments (0)
Add Comment