ପିପିଲି ଉପନିର୍ବାଚନ ଆସନ୍ତା କାଲି ସକାଳ ୮ଟାରୁ ଭୋଟ୍ ଗଣତି :କାଉଣ୍ଟିଙ୍ଗ ସେଣ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

ସେପ୍ଟେମ୍ବର ୩୦ ତାରିଖରେ ପିପିଲି ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ ହୋଇଥିବା ବେଳେ ଆସନ୍ତା କାଲି ସକା ୮ଟା ରୁ ଭୋଟ୍ ଗଣତି ହେବ। ଏ ବିଷୟ ରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶିଲ ଲୋହାନୀ ଆଜି ସୂଚନା ଦେଇଛନ୍ତି।
ସେ କହିଛନ୍ତି, ସକାଳ ୮ଟାରେ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି କରାଯିବ। ଏହା ପରେ ୮ଟା ୩୦ରୁ ଇଭିଏମ୍‌ରେ ପଡ଼ିଥିବା ଭୋଟ୍ ଗଣତି କରାଯିବ। ୨ଟି ହଲ୍‌ ଇଭିଏମ୍ ଓ ଗୋଟିଏ ହଲ୍‌ ପୋଷ୍ଟାଲ୍ ବାଲାଟ୍ ଗଣତି କରାଯିବ।
ଇଭିଏମ୍ ପାଇଁ ଗୋଟିଏ ହଲ୍‌ରେ ୭ଟି ଲେଖାଏଁ ଟେବୁଲ୍ ପଡ଼ିବ। ସେହି ହିସାବରେ ଦୁଇଟି ହଲ୍‌ରେ ୧୪ଟି ଟେବୁଲ ପଡ଼ିବ। ଗଣତି କରିବାକୁ ମୋଟ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ସେହିପରି ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି।
ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏଥର ୨ ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୭୮.୨୫ % ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ। ୧୯୯୫ ମସିହା ପରେ ପିପିଲି ନିର୍ବାଚନ ମଣ୍ଡଳୀରେ ଏହା ସର୍ବାଧିକ ମତଦାନ। ୧୯୯୫ ମସିହାରେ ଏଠାରେ ୮୨.୩% ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଥିଲେ।
ସେହିପରି ପ୍ରତି ରାଜନୈତିକ ଦଳ ଏଜେଣ୍ଟ ଦେଇ ପାରିବେ। ଯେତେ ଲୋକ କାଉଣ୍ଟିଙ୍ଗ ସେଣ୍ଟରରେ ରହିବେ । ସମସ୍ତେ ଡବଲ ଡୋଜ ଟିକା ନେଇଥିବେ। କାଉଣ୍ଟିଙ୍ଗ ରେଜଲ୍ଟ କ୍ୟାମେରାରେ କ୍ୟାପଚର କରାଯାଇ ଡିସ୍‌ପ୍ଲେ କରାଯିବ। କାଉଣ୍ଟିଙ୍ଗ ସରିବା ପରେ ୫ ଟି ଭିଭିପ୍ୟାଟ ଓ ଇଭିଏମ ରେଜଲ୍ଟ ମ୍ୟାଚ କରାଯିବ। ଭୋଟ ଗଣତିକୁ ଦୃଷ୍ଟିରେ ରଖି କାଉଣ୍ଟିଙ୍ଗ ସେଣ୍ଟରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।।
ଏଥର ଉପନିର୍ବାଚନ ପାଇଁ ୩୪୮ଟି ବୁଥ୍ କରାଯାଇଥିଲା। ସେଥିରୁ ୨୦୧ଟି ସମ୍ବେଦନଶୀଳ ବୁଥ୍‌ରେ କୌଣସି ପ୍ରକାର ଗଡ଼ବଡ଼କୁ ଏଡ଼ାଇବାକୁ ଅତିରିକ୍ତ ଦୃଢ଼ ବ୍ୟବସ୍ଥା ହୋଇଥିଲା।
ସୂଚନାଯୋଗ୍ୟ,ପିପିଲି ଉପ ନିର୍ବାଚନ ପାଇଁ ୩ ଥର ତାରିଖ ଘୋଷଣା ପରେ କୋଭିଡ ଏବଂ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଙ୍କ ମୃତ୍ୟୁ ଯୋଗୁଁ ବାତିଲ କରାଯାଇଥିଲା I

Comments (0)
Add Comment