ଆଜିଠୁ ପିପିଲି ଉପନିର୍ବାଚନ ପ୍ରଚାର : ମୈଦାନ ରେ ହେବ ତ୍ରିମୁଖୀ ପ୍ରତିଦ୍ୱନ୍ଦିତା

ପିପିଲି ଉପନିର୍ବାଚନ ପ୍ରଚାର ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଆଜିଠାରୁ ବିଧିବଦ୍ଧ ଭାବେ ଆରମ୍ଭ ହେବ ପ୍ରଚାର । ଏଥିପାଇଁ ୩ ପ୍ରମୁଖ ଦଳ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ କଂଗ୍ରେସ ପକ୍ଷରୁ ବୈଠକରେ ଆଲୋଚନା ହୋଇଛି । କଂଗ୍ରେସର ବାର୍ତ୍ତା ଲୋକଙ୍କ ପାଖରେ କିପରି ପହଂଚିବ ସେ ନେଇ ଆଲୋଚନା ହୋଇଛି । କଂଗ୍ରେସ ପକ୍ଷରୁ ଚେଲାକୁମାରଙ୍କ ସମେତ ୨୦ଜଣ ଷ୍ଟାର ପ୍ରଚାରକ ପ୍ରଚାର କରିବେ । ପିପିଲରେ ଆସନ୍ତା ୩୦ ତାରିଖରେ ନିର୍ବାଚନ ହେବ । ଭୋଟଗଣତି ଅକ୍ଟୋବର ୩ ତାରିଖରେ ହେବ । ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଏଠାରେ ଉପନିର୍ବାଚନ ହେଉଛି । ଦୁଇଦୁଇ ଥର ଉପନିର୍ବାଚନ ସ୍ଥଗିତ ବି ରହିଛି । ବିଜେଡିରୁ ରୁଦ୍ର ମହାରଥୀ ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ପ୍ରାର୍ଥୀ ହୋଇଛନ୍ତି । କଂଗ୍ରେସ ପକ୍ଷରୁ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ର ପ୍ରାର୍ଥୀ ହୋଇଛନ୍ତି ।

Comments (0)
Add Comment