ଦେଶରେ ରେକର୍ଡ କଲା ପେଟ୍ରୋଲ ଦର

ମୁମ୍ବାଇରେ ମଧ୍ୟ ପେଟ୍ରୋଲ ୧୧୨.୭୮ପଇସା ରେ ପହଞ୍ଚିଛି। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ୯୫.୬୨ ଟଙ୍କା ଓ ମୁମ୍ବାଇରେ ୧୦୩.୬୩ ଟଙ୍କାରେ ପହଞ୍ଚିଛି। ତେବେ ଶୁକ୍ରବାର ସରକାରୀ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି କରିବାରୁ ଗଲା ତିନି ଦିନ ଧରି ଲଗାତାର ପେଟ୍ରୋଲ ଓ ଡିଜେଲ ଦର ବଢ଼େଇ ଚାଲିଛନ୍ତି ସରକାରୀ କମ୍ପାନୀ।

ଅକ୍ଟୋବର ୧୮ ଓ ୧୯ ତାରିଖରେ ସରକାରୀ କମ୍ପାନୀଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରି ନଥିଲେ। ତାହାର ପୂର୍ବ ଚାରି ଦିନ ଉଭୟ ପେଟ୍ରୋଲ ଓ ଡିଜେଲ ଦରରେ ଲିଟର ପିଛା ୩୫ ପଇସା ଲେଖାଏଁ ବୃଦ୍ଧି କରାଯାଇଥିଲା। ଅକ୍ଟୋବର ୨୦, ୨୧ ଓ ୨୨ ତାରିଖ ତିନି ଦିନ ଧରି ଲଗାତାର, ପେଟ୍ରୋଲ ଓ ଡିଜେଲ ର ଦରବୃଦ୍ଧି ଘଟିଛି।
ସରକାରୀ ପରିଚାଳିତ କମ୍ପାନୀଗୁଡ଼ିକର ଏହି ନିଷ୍ପତ୍ତି ପରେ ଏବେ ଦେଶର ପ୍ରାୟ ସମସ୍ତ ସହରରେ ପେଟ୍ରୋଲ ଦର ଶତକ ପାର କରି ସାରି ଥିବା ବେଳେ ଡିଜେଲ ଦର ମଧ୍ୟ ମେଟ୍ରୋରେ ଶତକ ପୂରଣ କରିସାରିଛି। ଶ୍ରୀନଗର ଓ ଚେନ୍ନାଇରେ ଡିଜେଲ ଦର ଶତକ ପୂରଣ କରିସାରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏ ଦୁଇ ସହରରେ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୯୯.୪୯ ଟଙ୍କା ୯୯.୯୨ ଟଙ୍କାରେ ପହଞ୍ଚିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ସେପ୍ଟେମ୍ବର ୨୮ ତାରିଖ ପରଠାରୁ ସରକାର ୧୯ ଥର ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କଲେଣି। ଏହି ୧୯ ଥରରେ ପେଟ୍ରୋଲ ଦର ଲିଟର ପିଛା ସମୁଦାୟ ୫.୭୦ ଟଙ୍କା ବୃଦ୍ଧି ପାଇଛି।

Comments (0)
Add Comment