ତେଲ ସଂକଟକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲା ବିରୋଧୀ

ଭୁବନେଶ୍ୱର: ପେଟ୍ରୋଲ ପମ୍ପରେ ଲମ୍ବା ଲାଇନ। ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି। ଏଭଳି ସ୍ଥିତିରେ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ବିଜେଡି । ବିଜେଡି ନେତା ସଂଜୟ ଦାସ ବର୍ମା କହିଛନ୍ତି- ସରକାର ୨ ବର୍ଷ ପୂର୍ତ୍ତି ପାଇଁ ବୈଠକ ପରେ ବୈଠକ କରୁଛନ୍ତି। ହେଲେ ଲୋକ ହନ୍ତସନ୍ତ ହେଉଛନ୍ତି। ସେ କହିଛନ୍ତି- ଆଜି ପେଟ୍ରୋଲ ଡିଜେଲ ୩ ଟଙ୍କା ବୃଦ୍ଧି ହୋଇଛି। ମନ୍ତ୍ରୀ ଓ ସଚିବ କହୁଛନ୍ତି ପର୍ଯ୍ୟାପ୍ତ ପେଟ୍ରୋଲ ଓ ଡିଜେଲ ଅଛି। ଲୋକ ପ୍ୟାନିକ ହୁଅନ୍ତୁ ନାହିଁ ୧୩ ଦିନ ପାଇଁ ପେଟ୍ରୋଲ ଓ ଡିଜେଲ ଅଛି। ଡବଲ ଇଞ୍ଜିନ ସରକାର କେମିତି ଅମୃତକାଳ କଥା କହୁଥିଲେ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟ ପରେ ଦେଶ ଓ ରାଜ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ୫ ରାଜ୍ୟର ନିର୍ବାଚନ ପରେ ଗ୍ୟାସ ଦର ବଢ଼ିଲା। ଟ୍ରକ ସବୁ ତେଲ ପାଇଁ ଲାଇନରେ ଲାଗିଛନ୍ତି। ରବି ଧାନ କିପରି ଉଠିବ। ସେହିପରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ରାଜ୍ୟ ସରକାରଙ୍କୁ ସିଧା ନିଶାନା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ୧୩ ଶହରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ହୋଇଗଲାଣି। ୨ ହଜାରରୁ ଅଧିକ ବସ ଅଚଳ ହେବାକୁ ବସିଲାଣି। ତେଲ ପାଇଁ ସାରା ରାଜ୍ୟରେ ହାହାକାର ପରିସ୍ଥିତି ଉପୁଜିଲାଣି।