ଆମେରିକାରେ ମାଡି ଆସୁଛି ବାତ୍ୟା ‘ପିଟର’

ରବିବାର କାରବିଆନ ସାଗରର ପୂର୍ବରେ ଆଟଲାଣ୍ଡିକ୍ ମହାସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ପିଟର୍ ବାତ୍ୟାର ରୂପ ନେଇଛି । ଏହା ହେଉଛି ୨୦୨୧ରେ ଆଟଲାଣ୍ଟିକରେ ସୃଷ୍ଟି ହୋଇଥିବା ୧୬ତମ ବାତ୍ୟା । ପିଟର ଏବେ ଲିଓ୍ୱାର୍ଡ ଦ୍ୱୀପରୁ ୩୫୦ ମାଇଲ ଦୂରରେ ରହିଛି ।
ପାଣିପାଗ ବିଭାଗର କହିବାନୁସାରେ, କେନ୍ଦ୍ରୀଭୂତ ସ୍ଥଳରେ ପବନର ବେଗ ଘଣ୍ଟା ପ୍ରତି ୪୫ ମାଇଲ ରହିଛି । ଯାହା ଘଣ୍ଟା ପ୍ରତି ୧୭ ମାଇଲ ବେଗରେ ଉତ୍ତର ପଶ୍ଚିମ ଆଡେ ମୁହାଁଉଛି । ଧିରେଧିରେ ଏହା ସମୁଦ୍ରରେ ବଳ ଗୋଟାଉଛି । ଏହା ପୂର୍ବ ଆମେରିକାରେ ମାଡ ହୋଇପାରେ ବୋଲି ଅନୁମାନ କରାଯାଉଛି । ଆମେରିକାରେ ଅତ୍ୟଧିକ ଥଣ୍ଡା ଯୋଗୁଁ ବାତ୍ୟା ଫ୍ଲୋରିଡା ଆଡେ ମୁହାଁଇବ ନାହିଁ ବୋଲି ପାଣିପାଗବିତ ମାନେ ମତ ଦେଇଛନ୍ତି । ତେବେ ଏହା କେଉଁଠି ଓ କେବେ ଲ୍ୟାଣ୍ଡଫଲ୍ କରିବ ତାର ଚିତ୍ର ଅସ୍ପଷ୍ଟ ରହିଛି
ପାଣିପାଗ ବିଭାଗ ଆହୁରି ମଧ୍ୟ କହିଛି ଯେ, ବାତ୍ୟା ପ୍ରଭାବରେ ପ୍ରବଳ ବର୍ଷା ହେବ । ଯାହା ଫଳରେ ମଧ୍ୟମ ଧରଣର ବନ୍ୟା ଆସିପାରେ । ମଙ୍ଗଳବାର ମଧ୍ୟରେ ପୁଏରଟୋ ରିକୋ, ଭର୍ଜିନ ଆଇଲ୍ୟାଣ୍ଡରେ ବାତ୍ୟା ତାଣ୍ଡର ରଚିବ ।

Comments (0)
Add Comment