ଏହି ରାଶି ର ବ୍ୟକ୍ତି ମାନେ ପାଦରେ କଳା ସୁତା ପିନ୍ଧିବେ ନାହିଁ

ଅଧିକାଂଶ ଲୋକ ସେମାନଙ୍କର ହାତ କିମ୍ବା ପାଦରେ କଳା ସୂତା ବାନ୍ଧନ୍ତି I କିଛି ଲୋକ ଏହାକୁ ଭଲ ଦେଖାଯିବା ପାଇଁ ପିନ୍ଧନ୍ତି, ଆଉ କେତେକ ଏହାକୁ ଖରାପ ନଜର କିମ୍ବା କୌଣସି ପ୍ରକାର ଯାଦୁ ମନ୍ତ୍ର ରୁ ନିଜକୁ ଦୂରେଇ ରଖିବା ପାଇଁ ଏହା ବାନ୍ଧିଥାନ୍ତି Iଏହାକୁ ନେଇ ଜ୍ୟୋତିଷ ମାନେ ମତ ଦିଅନ୍ତି ଯେ ଯେତେବେଳେ କାହାକୁ ନଜର ଦୋଷ ଲାଗିଥାଏ ଏହାକୁଦୂର କରିବା ପାଇଁ ପାଦରେ କଳା ଟିକା କିମ୍ବା କଳା ସୁତା ବାନ୍ଧିବାକୁ ପରାମର୍ଶ ଦେଇଥାନ୍ତି I ବିଛା ରାଶି ର ବ୍ୟକ୍ତି ମାନେ କଳା ଜିନିଷ ଧାରଣ କରିବାରୁ ଦୁରେଇ ରହିବ ଉଚ୍ଚିତ I କାରଣ ବିଛା ରାଶି ର ସ୍ୱାମୀ ହୋଇଥାନ୍ତି ମଙ୍ଗଳ ଗ୍ରହ ଏବଂ ମଙ୍ଗଳ ଙ୍କ ପାଇଁ ଲାଲ ହେଉଛି ଶୁଭ ରଙ୍ଗ I ତେଣୁ କଳା ରଙ୍ଗ ପିନ୍ଧିଲେ ଏହା ର ନକାରାତ୍ମକ ପ୍ରଭାବ ସିଧା ବ୍ୟକ୍ତି ଙ୍କ ଉପରେ ପଡିଥାଏ I ତେଣୁ ବିଛା ରାଶି ର ବ୍ୟକ୍ତି ମାନେ କଳା ସୁତା ଭୁଲ ରେ ମଧ୍ୟ ପିନ୍ଧିବେ ନାହିଁ I ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଦୁଇଟି ରାଶିର ବ୍ୟକ୍ତି ମାନେ କଳା ସୂତା ପିନ୍ଧିବା ଉଚିତ୍ ନୁହେଁ I ଏହା ପଛରେ ମୁଖ୍ୟ କାରଣ ଜାଣନ୍ତୁ

ମେଷ ରାଶି
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ,ମେଷ ରାଶି ର ବ୍ୟକ୍ତି ମାନେ କଳା ସୁତା ପିନ୍ଧିବରୁ ଦୁରେଇ ରହିବ ଦରକାର I କାରଣ ଯଦି ଏହି ରାଶିର ସ୍ୱାମୀ ହେଉଛନ୍ତି ମଙ୍ଗଳ ଏବଂ ମଙ୍ଗଳ ଙ୍କ ପାଇଁ ଲାଲ ରଙ୍ଗ ଶୁଭ ହୋଇଥାଏ I ତେଣୁ ମେଷ ରାଶିର ବ୍ୟକ୍ତି ମାନେ ଯଦି କଳା ସୂତା ବାନ୍ଧନ୍ତି, ଏହାର ବିପରୀତ ପ୍ରଭାବ ପଡି ତାଙ୍କ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେଇଥାନ୍ତି I ଆହୁରି ମଧ୍ୟ, କଳା ରଙ୍ଗର ବ୍ୟବହାର ହେତୁ, ମନରେ ଅସ୍ଥିରତା, ଉଦାସୀନତା ଭଳି ସମସ୍ୟାର ସାମ୍ନା କରିବାକୁ ପଡିଥାଏ I ତେଣୁ ଏହି ମାନେ କଳା ରଙ୍ଗ ଠାରୁ ଦୁରେଇ ରୁହନ୍ତୁ I ଲାଲ ରଙ୍ଗର ବ୍ୟବହାର ମେଷ ରାଶି ମାନଙ୍କ ପାଇଁ ଶୁଭ ହୋଇଥାଏ I

ବିଛା ରାଶି
ବିଛା ରାଶି ର ସ୍ୱାମୀ ମଧ୍ୟ ମଙ୍ଗଳ ଅଟେ I ତେଣୁ ଏହି ରାଶି ର ବ୍ୟକ୍ତି ମାନେ କଳା ସୁତା କିମ୍ବା କଳା ରଙ୍ଗ ର କପଡା ଧାରଣ କରନ୍ତୁ ନାହିଁ I ଏହା କରିବା ଦ୍ୱାରା ମଙ୍ଗଳ ରୁଷ୍ଟ ହୋଇ ଜୀବନରେ ଦାରିଦ୍ର୍ୟତା ଏବଂ ଅଶାନ୍ତି ଆଣିଥାଏ I ଏହା ବ୍ୟତୀତ ବିଛାରାଶି ର ବ୍ୟକ୍ତି ମାନେ ଲାଲ ରଙ୍ଗ ବ୍ୟବହାର କଲେ ଅତ୍ୟନ୍ତ ଶୁଭ ହୋଇଥାଏ I

କେଉଁ ରାଶିର ବ୍ୟକ୍ତି ମାନେ କଳା ସୂତା ବ୍ୟବହାର କରିବେ
କଳା ସୂତା ପିନ୍ଧିବା ତୁଳା ଏବଂ କୁମ୍ଭ ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଶୁଭ ହୋଇଥାଏ I ଏହାର କାରଣ ହେଉଛି ଶନି ଙ୍କ ପ୍ରଭାବ କୁମ୍ଭ ଏବଂ ତୁଳା ରାଶି ଉପରରେ ଉପରେ ପଡିଥାଏ I ତେଣୁ ତୁଳା ଏବଂ କୁମ୍ଭ ରାଶିର ବ୍ୟକ୍ତି ମାନେ କଳା ସୂତା ବାନ୍ଧିବା ଦ୍ୱାରା ଜୀବନରେ ଉନ୍ନତି ଆସିଥାଏ ଇ ଏହାଛଡା ମକର ରାଶିର ବ୍ୟକ୍ତି ମାନେ ମଧ୍ୟ କଳା ସୁତା ବାନ୍ଧି ପାରିବେ I କୁମ୍ଭ ଓ ମକର ରାଶି ର ସ୍ୱାମୀ ମଧ୍ୟ ଶନି ହୋଇଥାନ୍ତି I ଏହା କରିବା ଦ୍ୱାରା ବ୍ୟକ୍ତିଙ୍କର ଆର୍ଥିକ ଉନ୍ନତି ମଧ୍ୟ ହୋଇଥାଏ I

Comments (0)
Add Comment