ଏହି ୫ ଟି ରାଶି ର ବ୍ୟକ୍ତି ମାନେ ଧାରଣ କରନ୍ତୁ ନାହିଁ ‘ମୋତି’

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ମୋତି ଚନ୍ଦ୍ରଙ୍କ ସହିତ ଜଡିତ। ଚନ୍ଦ୍ର ହେଉଛି ମନର କIରକ ଗ୍ରହ I ଚନ୍ଦ୍ରର ପ୍ରଭାବ ଦୁର୍ବଳ ହେଲେ ମାନସିକ ସମସ୍ୟା ଆସିଥାଏ ଇ ତେଣୁ ଚନ୍ଦ୍ରମାଙ୍କୁ ମଜବୁତ କରିବା ପାଇଁ ‘ମୋତି’ ପିନ୍ଧିବାକୁ ପରାମର୍ଶ ଦିଆଯାଇଥାଏ I ତେବେ ସମସ୍ତ ରାଶି ର ବ୍ୟକ୍ତି ମାନେ ମୋତି ଧାରଣ କରିପାରିବେ ନାହିଁ I ଏହାଦ୍ୱାରା ରାଶି ଉପରେ ଓଲଟା ପ୍ରଭାବ ପଡିଥାଏ I ତେବେ ଆସନ୍ତୁ ଜାଣିବା କେଉଁ ମାନେ ମୋତି ଧାରଣ କରିବେ ନାହିଁ I

ବୃଷ :ଏହି ରାଶିର ସ୍ୱାମୀ ହେଉଛନ୍ତି ଶୁକ୍ର I ତେଣୁ ଏହି ରାଶିର ବ୍ୟକ୍ତି ମାନେ ମୋତି ପିନ୍ଧିବା ଉଚିତ୍ ନୁହେଁ I ଯଦି ମୋତି ପିନ୍ଧନ୍ତି ତେବେ ସେମାନଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ I ଏହା ସହିତ ବାଦ ଖର୍ଚ ବଢିବା ସହିତ ପରିବାର ସଦସ୍ୟ ମାନଙ୍କ ସହିତ ସମ୍ପର୍କ ବିଗିଡ଼ିଥାଏ I

ମିଥୁନ :ମିଥୁନ ରାଶିର ସ୍ୱାମୀ ହେଉଛନ୍ତି ବୁଧ ମହା ଗ୍ରହ I ତେଣୁ ଏହି ରାଶିର ଲୋକମାନେ ମୋତି ପିନ୍ଧିବା ଉଚିତ୍ ନୁହେଁ I ଏହା କରିବା ଦ୍ୱାରା ଜୀବନରେ ଅବନତି ହୋଇଥାଏ I ତା ସହିତ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ I ଏହା ବ୍ୟତୀତ ଅତ୍ୟଧିକ ମାନସିକ ଚାପ ବଢିଥାଏ I

ସିଂହ : ସିଂହ ରାଶି ର ସ୍ୱାମୀ ହେଉଛନ୍ତି ସୂର୍ଯ୍ୟ I ତେଣୁ ଏହି ରାଶିର ବ୍ୟକ୍ତିମାନେ ମୋତି ପିନ୍ଧିବା ଉଚିତ୍ ନୁହେଁ I କେତେକ ପରିସ୍ଥିତିରେ ସୂର୍ଯ୍ୟ ଏବଂ ଚନ୍ଦ୍ରର ସମ୍ପର୍କ ଭଲ ରହି ନ ଥାଏ I ଯଦି ଏହି ରାଶିର ବ୍ୟକ୍ତି ମାନେ ମୋତି ପିନ୍ଧନ୍ତି, ତେବେ ହଠାତ୍ ଖର୍ଚ୍ଚ ବଢିବାକୁ ଲାଗିଥାଏ I

ଧନୁ :ବୃହସ୍ପତି ହେଉଛନ୍ତି ଧନୁ ରାଶିର ସ୍ୱାମୀ I ବୃହସ୍ପତି ଏବଂ ଚନ୍ଦ୍ର ଙ୍କ ମଧ୍ୟରେ ଶତ୍ରୁ ଭାବ ରହିଥାଏ I ଏପରି ସ୍ଥିତିରେ, ଏହି ରାଶିର ବ୍ୟକ୍ତିମାନେ ମୋତି ପିନ୍ଧିବା ଉଚିତ୍ ନୁହେଁ ଇ ଧନୁ ରାଶିର ବ୍ୟକ୍ତିମାନେ ମୋତି ପିନ୍ଧିବା ଦୁର୍ଘଟଣାର ଶିକାର ହେବ ସହିତ ଜୀବନରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ I

କୁମ୍ଭ : କୁମ୍ଭ ରାଶି ର ସ୍ୱାମୀ ହେଉଛନ୍ତି ଶନି I ଚନ୍ଦ୍ର ଏବଂ ଶନି ଙ୍କ ମଧ୍ୟରେ ସମ୍ପର୍କ ଭଲ ରହି ନ ଥାଏ I ତେଣୁ ଏହି ରାଶିର ବ୍ୟକ୍ତି ମାନେ ମୋତି ପିନ୍ଧିବା ଉଚିତ୍ ନୁହେଁ I କୁହାଯାଏ ଶନି ଏବଂ ଚନ୍ଦ୍ରର ମିଶ୍ରଣ ବିଷାକ୍ତ ଯୋଗ ସୃଷ୍ଟି କରେ, ତେଣୁ କୁମ୍ଭ ରାଶି ର ବ୍ୟକ୍ତିମାନେ ମୋତି ପିନ୍ଧିବା ଠାରୁ ଦୂରେଇ ରହିବା ଉଚିତ୍ I କୁମ୍ଭ ରାଶି ର ବ୍ୟକ୍ତିମାନେ ମୋତି ଧାରଣ କଲେ ସ୍ୱାସ୍ଥ୍ୟ ଗତ ସମସ୍ୟା ହୋଇଥାଏ I

Comments (0)
Add Comment