ପାକିସ୍ତାନ ଜନତାଙ୍କୁ ମୋଦୀଙ୍କ ଦରକାର

ଦିନ କୁ ଦିନ ବଦଳୁଛି ସ୍ଥିତି । ଅଷ୍ଟ୍ରେଲିଆ ପରେ ଏବେ ପାକିସ୍ତାନ ପଡିଛି ହା ହା କାର । ଆର୍ଥିକ ସଂକଟ ଯୋଗୁ ସାଧାରଣ ଜନତା ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେବେ ଏହାରି ଭିତରେ ପାକିସ୍ତାନର ଜନତା ତାଙ୍କ ଦେଶରେ ମୋଦୀଙ୍କୁ ଚାହୁଁଛନ୍ତି । ଜନତା ନାରା ବାଜୀ କରୁଛନ୍ତି , ଆମକୁ ମୋଦୀ ଦରକାର । ଆମକୁ ନୱାଜ ସରିଫ ଦରକାର ନାହିଁ, ନାହିଁ ଇମ୍ରାନ ଖାନ୍‌, ବେନାଜିର ଦରକାର । ଜେନେରାଲ ମୁଶାରଫ ବି ଦରକାର ନାହିଁ । ଆମକୁ କେବଳ ମୋଦୀ ଦରକାର ।

ଯିଏ ପାକିସ୍ତାନକୁ ସାବାଡ କରିପାରିବେ । ଏକଥା କହୁଛନ୍ତି ପାକିସ୍ତାନ ରଜଣେ ଯୁବକ । ଯାହାର ଭିଡିଓ ଏବେ ଭାଇରାଲ ହେଉଛି ପାକିସ୍ତାନୀ ଯୁବକଙ୍କ ଭିଡିଓ । ୧୯୪୭ରେ ଭାରତ ଯେବେ ପାକିସ୍ତାନକୁ ଅଲଗା ହୋଇନଥାନ୍ତା ତେବେ ଆଜି ପାକିସ୍ତାନରେ, ଟମାଟୋ କିଲୋ ୨୦ ଟଙ୍କା, ଚିକେନ କିଲୋ ୧୫୦ ଟଙ୍କା ଏବଂ ପେଟ୍ରୋଲ ୧୫୦ ଟଙ୍କାରେ ମିଳିଥାନ୍ତା । ଜଣେ ପାକିସ୍ତାନୀୟ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ଏଭଳି କିଛି କହିଛନ୍ତି ପାକିସ୍ତାନୀ ଯୁବକ ।

ଭାରତ ଏବେ ବିଶ୍ୱରେ ୫ ନମ୍ବରରେ ଅଛି । ପ୍ରଥମେ ଭାରତ ସହ ଆମେ ପାକିସ୍ତାନର ତୁଳନା କରୁଥିଲେ କିନ୍ତୁ ଏବେ ଭାରତ ସହ ଆମର କୌଣସି ତୁଳନା ନାହିଁ ବୋଲି କହିଛନ୍ତି ପାକିସ୍ତାନୀ ଯୁବକ ।