ପିକକ ଶିଶୁମେଳା,ଲୋକନୃତ୍ୟରେ ଝୁମିଲେ ଦର୍ଶକ

ଭୁବନେଶ୍ୱର : ଏକାମ୍ର ହାଟରେ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ପକ୍ଷରୁ କୁନି କୁନି ପିଲାମାନଙ୍କର ନୃତ୍ୟରେ କମ୍ପି ଉଠିଥିଲା ପ୍ରାଙ୍ଗଣ ଓ ଦର୍ଶକ ମାନେ ଏହାକୁ ମନ୍ତ୍ର ମୁଗ୍ଧ ହୋଇ ଉପଭୋଗ କରିଥିଲେ ।ଏଥିରେ ମୁଖ୍ୟ ବିଚାରକଭାବେଅନ୍ନପୂର୍ଣା ମହାନ୍ତି,ରେଖା ସାହୁ, ଲିଲିପ୍ତା ମହାପାତ୍ର ଓଦିଲ୍ଲୀପ କୁମାର ଜିପ୍ରମୁଖଯୋଗ ଦେଇଥିଲେ ।

ଆଜି ଅନୁଷ୍ଠିତ ହୋଇଥିଲା ପିଲାମାନଙ୍କ ଲୋକ ନୃତ୍ୟ ଉତ୍ସବ । ଚଢେଇବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ବାରିଜଙ୍ଗର ପ୍ରତିଭା ଅଡୋଲୋସେଣ୍ଟ ଗୃପ,ଧମିଲୋ ଗାଁର କିଶୋରକିଶୋରୀ ଗୃପ, କେଟିଟି ଡ୍ୟାନ୍ସ ଗୃପ, ଦିବ୍ୟଜ୍ୟୋତି ଡ୍ୟାନ୍ସ ଗୃପ, ବିସିସି ଡ୍ୟାନ୍ସ ଏକାଡେମୀ,ନୃତ୍ଯାନଶୀ,ଗାଇଡାନ୍ସ ପବ୍ଲିକ ସ୍କୁଲ,ଗଣ୍ଡମୁଣ୍ଡା ଉଚ୍ଚ ବିଦ୍ୟାଳୟର ପିଲାମାନଙ୍କର ଚିତ୍ତାକର୍ଷକ ଲୋକ ନୃତ୍ୟ ଦର୍ଶକ ମାନଙ୍କର ମନ ମୋହି ନେଇଥିଲା ।

ଆଜି ସନ୍ଧ୍ୟାର ମୁଖ୍ୟ ଅତିଥି ଥିଲେ ଓଡିଶା ସରକାରଙ୍କର ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ର ଯୁଗ୍ମ ନିର୍ଦ୍ଦେଶକ ମାନସ କୁମାର ସାମଲ, ଓଏସ (ଏସଏଜି), ଖୋର୍ଦ୍ଧାର ଏଡିଏମ (ରାଜସ୍ୱ)ସାଫଲ୍ଯ ମଣ୍ଡିତ ପ୍ରଧାନ, ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ଅନୁଷ୍ଠାନର ଉପ ନିର୍ଦ୍ଦେଶକ ଡଃ ସୁବ୍ରତ କୁମାର ମିଶ୍ର,ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତି ର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ଏନଏସଏସର ପ୍ରୋଗ୍ରାମ ଅଫିସର ଓ ଆଇଏମଏସ ର ଅଧ୍ୟାପକ ରଘୁନାଥ ମଣ୍ଡଳ,କାନାରା ବ୍ଯାଙ୍କର ମୁଖ୍ୟ ପରିଚାଳକ ସନ୍ତୋଷ କୁମାର ଦାସ, ପ୍ରଖ୍ୟାତ ନୃତ୍ୟ ଶିଳ୍ପୀ ମିନାକ୍ଷୀ ବେହେରା,କାନାରା ବ୍ଯାଙ୍କର ପୂର୍ବତନ ପରିଚାଳକ ନିର୍ମଳ ଚନ୍ଦ୍ର ବେହେରା,ବିଶିଷ୍ଟ ସାମ୍ବାଦିକ ମାଧବାନନ୍ଦ ବେହୁର, ଓ ଓଭା ର ସମ୍ପାଦକ କ୍ଷମାକର ସ୍ଵାଇଁ ଅତିଥି ମାନଙ୍କର ଉପସ୍ଥିତି ପିଲାମାନକୁ ବହୁତ ଉତ୍ସାହିତ କରିଥିଲା । ଅତିଥିମାନେ ପିକକ୍ ର ଏହି ଉଦ୍ୟମକୁ ବହୁ ପ୍ରସଂଶା କରିଥିଲେ । ଓଡିଶୀ ନୃତ୍ୟ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଆଜି ପୁରସ୍କୃତ କରଯାଇଥିଲା ।

ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି, କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ପ୍ରମୁଖ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ପିକକ୍ ର ରତ୍ନା ଦାଶ,ଜ୍ୟୋତିଶଙ୍କର ମହାନ୍ତି,ଉପମା ମହାନ୍ତି, ପ୍ରଶାନ୍ତ ପାଣିଗ୍ରାହୀ, ପଙ୍କଜ ଭାଲ,ଶାନ୍ତିଳତା ସାହୁ,ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ଆଜିର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ସୌମ୍ୟ ପ୍ରିୟଦର୍ଶୀ,ଆରୁଷି ଅଦ୍ଵିକା ଓ ହର୍ଷାଲି ଦୋରା।