ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ପରେ ପତ୍ନୀ ବର୍ଷା ରାଉତଙ୍କୁ ଇଡି ର ସମନ I ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ବର୍ତ୍ତମାନ ବର୍ଷା ରାଉତଙ୍କ ଆକାଉଣ୍ଟରେ ହୋଇଥିବା ଅର୍ଥ କାରବାର ସମ୍ପର୍କରେ ସୂଚନା ପାଇବା ପରେ ତାଙ୍କୁ ନୋଟିସ ଜାରି କରିଛି I ତେବେ ସେ କେବେ ୱେଇଡି ରେ ହାଜର ହେବେ ସେ ସମ୍ପର୍କରେ ସ୍ପଷ୍ଟ ଜଣା ପଡି ନାହିଁ Iସେପଟେ ସଞ୍ଜୟ ରାଉତ ଙ୍କ କଷ୍ଟଡି ଅବଧି ଆଜି ଇଡିର ସ୍ୱତନ୍ତ୍ର କୋର୍ଟ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।
ସୂଚନାନୁସାରେ ପାତ୍ର ଚୌଲ ଅର୍ଥ ହେରଫେର ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଛି। ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ପୂର୍ବରୁ କୋର୍ଟଙ୍କୁ କହିଥିଲେ ଯେ ଶିବସେନା ସାଂସଦ ସଞ୍ଜୟ ରାଉତ ପାତ୍ର ଚୌଲ ପୁନଃବିକାଶ ପରିଯୋଜନାରେ ୧ ହଜାର କୋଟି ଟଙ୍କାର ଦୂୁର୍ନୀତି ରେ ସାମିଲ ଅଛନ୍ତି । ଏନେଇ ଇଡି ଦାବି କରିଛି କି ଏହି ଦୁର୍ନୀତିରେ ସଂଜୟ ରାୱତଙ୍କ ପରିବାର ୧.୦୬ କୋଟି ଟଙ୍କା ଲାଭାନ୍ୱିତ ହୋଇଛି ।ଏପ୍ରିଲରେ ଇଡିର ଯାଞ୍ଚ ଆଧାରରେ ସଞ୍ଜୟ ରାଉତଙ୍କ ପତ୍ନୀ ବର୍ଷା ରାଉତ ଏବଂ ତାଙ୍କର ସହଯୋଗୀଙ୍କ ୧୧.୧୫ କୋଟି ଟଙ୍କାରୁ ଅଧିକ ସଂପତ୍ତିକୁ ଅସ୍ଥାୟୀ ଭାବେ ଜବତ କରିଥିଲା।
କୋରେଗାଓଁରେ ପାତ୍ରା ଚାଲ୍ ପୁନର୍ବିକାଶରେ କଥିତ ବିତ୍ତୀୟ ଅନିୟମିତତା ମାମଲାର ତଦନ୍ତ କରୁଥିବା ଇଡି ରାଉତଙ୍କୁ ରବିବାର ମଧ୍ୟରାତ୍ରିରେ ଗିରଫ କରିଥିଲା। ସୋମବାର ଅଦାଲତ ସଞ୍ଜୟ ରାଉତଙ୍କୁ ଚାରି ଦିନିଆ ଇଡି ରିମାଣ୍ଡରେ ପଠାଇଥିଲା।