‘ୱାକଫ୍ ସଂଶୋଧନ ବିଲ୍ କୁ ବଳପୂର୍ବକ ପାରିତ କରିବା, ସମ୍ବିଧାନ ଉପରେ ଖୋଲା ଆକ୍ରମଣ’: ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ: ୱାକଫ ସଂଶୋଧନ ବିଲ୍-୨୦୨୪ ଲୋକସଭାରେ ପାରିତ ହୋଇଥିବାବେଳେ ଆଜି ଏହା ରାଜ୍ୟସଭାରେ ଉପସ୍ଥାପିତ ହେବ। ସେପଟେ ସୋନିଆ ଗାନ୍ଧୀ ଏହି ବିଲ୍ ଉପରେ ପ୍ରତିକ୍ରିୟା ରଖିଛନ୍ତି। ଶ୍ରୀମତୀ ଗାନ୍ଧୀ କହିଛନ୍ତି ଯେ, “ଗତକାଲି ୱାକଫ ସଂଶୋଧନ ବିଲ୍, ୨୦୨୪ ଲୋକସଭାରେ ପାରିତ ହୋଇଥିଲା ଏବଂ ଆଜି ଏହା ରାଜ୍ୟସଭାରେ ଉପସ୍ଥାପିତ ହେବ। ଏହି ବିଲ୍ ବଳପୂର୍ବକ ପାରିତ ହୋଇଛି। ଆମ ଦଳର ଆଭିମୁଖ୍ୟ ସ୍ପଷ୍ଟ। ଏହି ବିଲ୍ ସମ୍ବିଧାନ ଉପରେ ଏକ ଖୋଲା ଆକ୍ରମଣ। ଆମ ସମାଜକୁ ସ୍ଥାୟୀଭାବେ ଭାଗ ଭାଗ କରିବା ପାଇଁ ବିଜେପିର ସୁଚିନ୍ତିତ ରଣନୀତିର ଏକ ଅଂଶ।”

'Passing the Waqf Amendment Bill by force