ୟୁକେରୁ ଭାରତ ଆସୁଥିବା ଯାତ୍ରୀ ଙ୍କୁ ୧୦ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ

ବ୍ରିଟେନ ସରକାର ଭାରତୀୟ ଯାତ୍ରୀ ମାନଙ୍କ ପାଇଁ ଲାଗୁ କରିଥିବା କୋଭିଡ କଟକଣା (ଭ୍ରାତୃ ଯାଉଥିବା ଯାତ୍ରୀ ମାନେ ୧୦ ଦିନ କ୍ଵାରେଣ୍ଟିନ ରହିବା )ର ପାଲଟା ଜବାବ ଦେଇଛି ଭାରତ । ବ୍ରିଟେନ ସରକାର ଭାରତୀୟ ଯାତ୍ରୀଙ୍କ ପାଇଁ ଯେଉଁ ଗାଇଡଲାଇନ ଜାରି କରିଥିଲେ ଭାରତ ମଧ୍ୟ ବ୍ରିଟେନ ଯାତ୍ରୀଙ୍କ ପାଇଁ ଜେଶକୁ ତେସା ନୀତି ରେ ସେହି ନିୟମ ଲାଗୁ କରିଛି । ତେଣୁ ବ୍ରିଟେନ ଯାତ୍ରୀ ଏଣିକି ଭାରତ ଆସିଲେ ମାନିବାକୁ ପଡିବ କଟକଣା । ଭାରତ ସରକାର ଶୁକ୍ରବାର ବ୍ରିଟେନ ପ୍ରତି ସମାନ କଟକଣା ଯୁକ୍ତ ନିୟମ ଜାରି କରିବା ପରିପ୍ରେକ୍ଷୀ ରେ କହିଛନ୍ତି ବ୍ରିଟେନରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ୧୦ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ । କିଛିଦିନ ତଳେ ବ୍ରିଟେନ ପକ୍ଷରୁ ଭାରତର ଟିକାକରଣକୁ ନେଇ ପ୍ରଶ୍ନ ଉଠାଯାଇଥିଲା । ତେବେ ପ୍ରଥମେ କୋଭିସିଲଡକୁ ଅନୁମତି ଦେଇନଥିଲେ ମଧ୍ୟ ଭାରତର କଡା ଆଭିମୂଖ୍ୟ ପରେ ବ୍ରିଟେନ ସରକାରଙ୍କ ପକ୍ଷରୁ କୋଭିସିଲଡକୁ ଅନୁମତି ମିଳିଥିଲା । କିନ୍ତୁ ପୂର୍ବପରି ଭାରତୀୟ ଯାତ୍ରୀଙ୍କ ପାଇଁ ୨ ଡୋଜ ଟିକା ନେଇସାରିଥିଲେ ମଧ୍ୟ ୧୦ ଦିନ ସଂଗରୋଧରେ ରହିବାକୁ ବାଧ୍ୟତାମୂଳକ କରିଥିଲା ବ୍ରିଟେନ୍ । ତେବେ ଭାରତ ଏବେ ସମାନ ନୀତି ବ୍ରିଟେନ ପାଇଁ ଆପଣାଇଛି । ବ୍ରିଟେନରୁ ଆସୁଥିବା ଯାତ୍ରୀଙ୍କ ପାଇଁ ଯାତ୍ରାର ୭୨ ଘଣ୍ଟା ପୂବରୁ ଆରଟିପିସିଆର ନେଗେଟିଭ ସାର୍ଟିଫିକେଟକୁ ବାଧ୍ୟତାମୂଳକ କରିଛନ୍ତି । ଖାଲି ସେତିକି ନୁହେଁ ଆସିବାର ଅଷ୍ଟମ ଦିନରେ ମଧ୍ୟ ପୁଣିଥରେ ଆରଟିପିସିଆର ଟେଷ୍ଟ କରିବାକୁ ପଡିବ । ତେବେ ଆସନ୍ତା ଅକ୍ଟୋବର ୪ ରୁ ଏହି ନୂଆ ନିୟମ ଲାଗୁ ହେବ ।

Comments (0)
Add Comment