ସଂସଦ ଅଧିବେଶନ ଆରମ୍ଭ : ୨୦ ଜଣ ସାଂସଦଙ୍କୁ ନିଲମ୍ବନ କରିବାକୁ ସରକାର ପ୍ରସ୍ତାବଆଣି ପାରନ୍ତି ସରକାର

ସଂସଦର ଶୀତକାଳୀନ ଅଧିବେଶନରେ ରାଜ୍ୟସଭାରେ ୨୦ ଜଣ ବିରୋଧୀ ସାଂସଦଙ୍କୁ ନିଲମ୍ବନ କରିବାକୁ ସରକାର ପ୍ରସ୍ତାବ ଆଣିବାର ସମ୍ଭାବନା ରହିଛି । ଅଗଷ୍ଟ ମାସରେ ସରକାର ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କୁ ବିରୋଧୀ ସାଂସଦଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଥିଲେ। ଏହି ସାଂସଦମାନେ ମୌସୁମୀ ଅଧିବେଶନରେ ଅଧିକ ହଙ୍ଗମା ସୃଷ୍ଟି କରିଥିଲେ, ମନ୍ତ୍ରୀମାନଙ୍କୁ ସେମାନଙ୍କ କାର୍ଯ୍ୟ କରିବାକୁ ଦେଇ ନ ଥିଲେ ଏ ପରିକି କିଛି ସାଂସଦ ଟେବୁଲ ଉପରକୁ ଚଢି ଯାଇଥିଲେ । ଏଥିମଧ୍ୟରେ କଂଗ୍ରେସର ସୟଦ ନାସିର ହୁସେନ୍, ରିପୁନ୍ ବୋରା, ପ୍ରତାପ ସିଂ ବାଜୱା, ଫୁଲୋ ଦେବୀ ନେତାମ, ଛାୟା ଭର୍ମା, ଅଖିଳେଶ ପ୍ରସାଦ ସିଂ, ଦୀପେନ୍ଦ୍ର ହୁଡା ଏବଂ ରାଜମାନୀ ପଟେଲ, ଟିଏମସିର ଡୋଲା ସେନ୍, ଶାନ୍ତ ଛେତ୍ରୀ , ମୌସୁମ ନୁର, ଅବୀର ରଂଜନ ବିଶ୍ୱାସ ଏବଂ ଆପ୍ରତା ଘୋଷ
ଘୋଷ, ପ୍ରିୟଙ୍କା ଚତୁର୍ବେଦୀ ଏବଂ ଅନୀଲ ଦେଶଇ ଇ ସେହିଭଳି ବାମ ଦଳ ରୁ ଏଲ.କରିମ୍ ଏବଂ AAP ର ସଞ୍ଜୟ ସିଂ ଏଥିରେ ପ୍ରଭୃତି ଅଛନ୍ତି I


Comments (0)
Add Comment