ସଂସଦ ଅଧିବେଶନ : ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭା ପରେ ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ ହେଲା

ଆଜି ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରେ ଲୋକସଭା ରେ ବିରୋଧୀଙ୍କ ହଂଗାମା ଫଳରେ ବାଚସ୍ପତି ଓମ ବିର୍ଲା ଲୋକସଭାକୁ ପ୍ରଥମେ ଦିନ ୧୨ଟା ଯାଏଁ ମୁଲତବି ରଖିଥିଲେ । ଏହାର କିଛି ସମୟ ପରେ ଉପସଭାପତି ଭେଙ୍କୟା ନାୟଡୁ ମଧ୍ୟ ରାଜ୍ୟସଭାକୁ ଘଂଟାକ ପାଇଁ ମୁଲତବି ରଖିଥିଲେ । ଏହାପରେ ଦିନ ୧୨ଟାରେ ଗୃହକାର୍ଯ୍ୟ ପୁଣି ଆରମ୍ଭ ହୋଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ମଙ୍ଗଳବାର (୩୦ ନଭେମ୍ବର) ସକାଳ ୧୧ ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ରାଜ୍ୟସଭାରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ
ସଂସଦ ଶୀତ ଅଧିବେଶନର ପ୍ରଥମ ଦିନରେ ପାରିତ ହୋଇଛି କୃଷି ଆଇନ ପ୍ରତ୍ୟାହାର ବିଲ । ପୂର୍ବ ଘୋଷଣା ଅନୁଯାୟୀ ଏହାକୁ ଲୋକସଭାରେ ଆଗତ କରିଥିଲେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଚାଷୀମାନଙ୍କ ଦାବି ଆଗରେ ମୁଣ୍ଡ ନୁଆଇଁ କୃଷି ଆଇନ ପ୍ରତ୍ୟାହାର ବିଲ ଶୀତ ଅଧିବେଶନର ଆଣିବାକୁ ଘୋଷଣା କରିଥିଲେ ମୋଦୀ ସରକାର । ଉତ୍ତେଜନା ମଧ୍ୟରେ ରାଜ୍ୟସଭାରେ ଵାଚନିକ ଭୋଟ ଦ୍ୱାରା ଫାର୍ମ ଆଇନ୍ ରିପିଲ୍ ବିଲ୍ ମଧ୍ୟ ପାରିତ ହୋଇଛି। ଏହାପୂର୍ବରୁ ଲୋକସଭାରେ ଏହି ବିଲ୍ ଆଗତ କରାଯାଇଥିଲା ଯେଉଁଠାରେ ଏହା ଵାଚନିକ ଭୋଟ୍ ଦ୍ୱାରା ପାରିତ ହୋଇଥିଲା। ଏହାକୁ ଅଧ୍ୟାଦେଶ ଆକାରରେ ଅଣାଯାଇଥିବାବେଳେ ପ୍ରବଳ ବିରୋଧ କରିଥିଲେ ବିରୋଧୀ ଦଳ । କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଏହା ଉପରେ ଗୃହରେ ଆଲୋଚନା ପାଇଁ ଦାବି କରି ହଟ୍ଟଗୋଳ କରିଥିଲେ ।କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ ହେବା ପରେ ରାଜ୍ୟସଭାକୁ ଅଧ ଘଣ୍ଟା ସ୍ଥଗିତ ରଖାଯାଇଥିଲା।

Comments (0)
Add Comment