ପରମବୀର ସିଂହ ପଳାତକ ଘୋଷିତ,ମାସେ ମଧ୍ୟରେ ପତ୍ତା ନମିଳିଲେ ଜବତ ହେବ ସମସ୍ତ ସମ୍ପତ୍ତି

ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂହ ପଳାତକ ଘୋଷିତ ହୋଇଛନ୍ତି । ତାଙ୍କ ସମେତ ଆଉ ଦୁଇ ଜଣଙ୍କୁ ମଧ୍ୟ ମୁମ୍ବାଇ ଏସ୍‌ପ୍ଳାନେଡ୍‌ କୋର୍ଟ ପଳାତକ ଅପରାଧୀ ବୋଲି ଘୋଷଣା କରିଛନ୍ତି । ପରମବୀରଙ୍କ ବିରୋଧରେ ଥିବା ବଟି ଆଦାୟ ମାମଲାକୁ ନେଇ ଏଭଳି ଘୋଷଣା ହେଇଛି । ସରକାରୀ ଓକିଲ ଶେଖର ଜଗତାପ କହିଛନ୍ତି ଯେ ମୁମ୍ବାଇର ଏସପ୍ଲାନେଡ କୋର୍ଟ ପୂର୍ବତନ ପୁଲିସ କମିଶନର ପରମବୀର ସିଂଙ୍କୁ ପଳାତକ ଅପରାଧୀ ବୋଲି ଘୋଷଣା କରିବାକୁ ନେଇ ମୁମ୍ବାଇ ପୁଲିସର ଆବେଦନକୁ ଗ୍ରହଣ କରିଛନ୍ତି ।ବାରମ୍ବାର ସମନ ସତ୍ତ୍ୱେ ବି ପରମବୀର ଥାନାରେ ହାଜର ହେଉନାହାନ୍ତି । ଯଦି ଆସନ୍ତା ୩୦ ଦିନ ଭିତରେ ତାଙ୍କର କୌଣସି ପତ୍ତା ନମିଳେ ତେବେ ମୁମ୍ବାଇ ପୁଲିସ ତାଙ୍କ ସମ୍ପତ୍ତି ଜବତ କରିବା ପ୍ରକ୍ରିୟା ଆରମ୍ଭ କରିବ । କୋର୍ଟଙ୍କ ଏହି ପଳାତକ ଘୋଷଣା ନିଷ୍ପତ୍ତି ପରେ ଏବେ ପରମବୀରଙ୍କୁ ଖୋଜିବାରେ କ୍ରାଇମବ୍ରାଞ୍ଚକୁ ସହାୟତା ମିଳିବ ବୋଲି ସରକାରୀ ଓକିଲ କହିଛନ୍ତି । ଜାମିନବିହୀନ ଗିରଫ ପରୱାନା ଜାରି ହୋଇଥିବା ସତ୍ତ୍ୱେ ପରମବୀର ସିଂହଙ୍କ କୌଣସି ପତ୍ତା ମିଳିନଥିଲା । ଏଥିାଇଁ ଶନିବାର ମୁମ୍ବାଇ କ୍ରାଇମବ୍ରାଞ୍ଚର ଏହି ପୂର୍ବତନ ପୁଲିସ କମିଶନର ବିରୋଧରେ ଗରୁଗାଓଁ ଥାନାରେ ରୁଜୁ ହୋଇଥିବା ବଟି ଆଦାୟ ମାମଲାରେ ଫେରାର ଆସାମୀ ଘୋଷଣା କରିବାକୁ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।
ରିପୋର୍ଟରୁ ପ୍ରକାଶ କି ମୁମ୍ବାଇର ପୂର୍ବତନ ପୋଲିସ କମିଶନର ପରମବୀର ସିଂଙ୍କୁ ସୁପ୍ରିମକୋର୍ଟ ଆଉ ଅଧିକ ମହଲତ ଦେବାକୁ ମନା କରି ଦେଇଛନ୍ତି। ପରମବୀର ସିଂଙ୍କୁ ରିଲିଫ ଦିଆଯାଇ ନ ପାରି ସୁପ୍ରିମକୋର୍ଟ କହିଛନ୍ତି ବାସ୍ତବରେ ପରମବୀର ସିଂ ଗିରଫଦାରୀ କୁ ଏଡାଇବାକୁ ଚାହୁଁଥିଲେ । କୋର୍ଟ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି ପଚାରିଥିଲେ, “ପ୍ରଥମେ କୁହ ତୁମେ କେଉଁଠାରେ? ତୁମେ ଭାରତରେ ନା ବାହାରେ? ଏହା ବିନା, ଆବେଦନ ବିନା ଶୁଣାଣି ହୋଇପାରିବ ନାହିଁ I ସେହିପରି ସୁପ୍ରିମକୋର୍ଟ କହିଛନ୍ତି, ଅଭିଯୁକ୍ତମାନେ ତଦନ୍ତରେ ଯୋଗ ଦେଇନାହାଁନ୍ତି, ଓକିଲମାନେ ମଧ୍ୟ ଜାଣି ନାହାଁନ୍ତି ଯେ ସେ କେଉଁଠାରେ ଅଛନ୍ତି? ନଭେମ୍ବର ୨୨ ସୁଦ୍ଧା ପରମବୀର ସିଂ କେଉଁଠାରେ ଅଛନ୍ତି ତାହା ଜଣାଇବାକୁ ସୁପ୍ରିମକୋର୍ଟ କହିଛନ୍ତି।
ଏଥିସହିତ ପରମବୀର ସିଂଙ୍କ ତରଫରୁ କୋର୍ଟରେ କୁହାଯାଇଛି ଯେ ଯଦି ମୁଁ ଯଦି ମୋତେ ଶ୍ୱାସ ନେବା ପାଇଁ ଅନୁମତି ଦିଆଯାଏ, ତେବେ ମୁଁ ଗାତରୁ ମଧ୍ୟ ବାହାରି ଆସିବି ଇ ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୨ ରେ ହେବ।

Comments (0)
Add Comment