ରାମ ମନ୍ଦିରର ମୁଖ୍ୟ ପୁରୋହିତ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ

ନୂଆଦିଲ୍ଲୀ: ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠାରେ ସାମିଲ ହୋଇ ୧୨୧ ବୈଦିକ ବ୍ରାହ୍ମଣଙ୍କ ନେତୃତ୍ୱ ନେଇଥିବା କାଶୀର ମୁଖ୍ୟ ପୁରୋହିତ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କର ମୃତ୍ୟୁ ହୋଇଛି। ଏହି ସୂଚନା ପାଇବା ପରେ କାଶୀ ଲୋକଙ୍କ ମଧ୍ୟରେ ଶୋକର ଲହରୀ ଖେଳିଯାଇଛି। ଜାନୁଆରୀରେ ପଣ୍ଡିତ ଲକ୍ଷ୍ମୀକାନ୍ତ ଦୀକ୍ଷିତ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ପୂଜାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ନେତୃତ୍ୱରେ ସମସ୍ତ ପୂଜା ସମାପ୍ତ ହୋଇଥିଲା। ଏହି ପୂଜାରେ ପୁଅ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ଭାଗ ନେଇଥିଲେ। ଏହା ବ୍ୟତୀତ ସେ ଡିସେମ୍ବର ୨୦୨୧ ରେ କାଶୀ ବିଶ୍ୱନାଥ ଧାମଙ୍କ ଉଦଘାଟନ ପାଇଁ ପୂଜାରେ ମଧ୍ୟ ଭାଗ ନେଇଥିଲେ।

head priest of Ram TemplePandit Laxmikant Dixit