ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଲା ପାଣ୍ଡିଆନଙ୍କ ଫଳାଫଳ

ଭୁବନେଶ୍ବର: ଗତକାଲି ଶେଷ ହୋଇଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ। ଏଥିରେ ୪ଟି ଲୋକସଭା ଏବଂ ୨୮ଟି ବିଧାନସଭାରେ ନିର୍ବାଚନ ହୋଇଛି। ତେବେ ଭୋଟ ଗ୍ରହଣ ପରେ କେଉଁ ଦଳ କେତେ ଆସନ ପାଇବ ସେ ନେଇ ଚାଲିଛି ଅଙ୍କକଷା। ଏହା ଭିତରେ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନଙ୍କ ଫଳାଫଳକୁ ନେଇ ଆସିଛି ଏକ ତଥ୍ୟ। ଏଥିରେ ସେ ଲୋକସଭା ଏବଂ ବିଧାନସଭାରେ ବିଜେଡି କେତେ ସିଟ ପାଇବ ତାହା କହିଛନ୍ତି। ପାଣ୍ଡିଆନଙ୍କ ତଥ୍ୟ ଅନୁସାରେ ଓଡିଶାରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମୋଟ ୪ଟି ଲୋକସଭା ଆସନରୁ ବିଜେଡି ସବୁ ଆସନରେ ବିଜୟଲାଭ କରିବ। ସେହିପରି ୨୮ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ୨୪ ଆସନରେ ବିଜୟଲାଭ କରିବ ବୋଲି ସେ କହିଛନ୍ତି। ବାକି ଚାରିଟି ଆସନ ମଧ୍ୟରୁ ବିଜେପି ୨ ଏବଂ କଂଗ୍ରେସ ୨ଟି ଆସନ ପାଇବ ବୋଲି କୁହାଯାଇଛି। ସେ କହିଛନ୍ତି ଯେ, ଗତ ନିର୍ବାଚନରେ ଆମେ ଏହି ୨୮ ଆସନରୁ ୨୦ ଆସନ ଜିତିଥିଲୁ କିନ୍ତୁ ଏଥର ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ଲହରି ଅଛି, ତେଣୁ ଓଡ଼ିଶାବାସୀ ମୁଖ୍ୟମନ୍ତ୍ରୀଙ୍କୁ ହିଁ ଚୟନ କରିବେ । ଏଣୁ ଏଥର ୨୮ ଆସନରୁ ୨୪ରୁ ଅଧିକ ଆସନ ବିଜେଡି ଜିତିବ। ଲୋକସଭା ନିର୍ବାଚନରେ ଆମେ ଗତ ଥର ଅପେକ୍ଷା ବହୁ ଭଲ କରିବୁ ବୋଲି ପାଣ୍ଡିଆନ କହିଛନ୍ତି।

Comments (0)
Add Comment