ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ :୨୬ରେ ପ୍ରକାଶ ପାଇବ ଚୁଡାନ୍ତ ସଂରକ୍ଷଣ ତାଲିକା

ଫେବୃଆରୀ ୧୨ରୁ ପଞ୍ଚାୟତସ୍ତରୀୟ ନିର୍ବାଚନ ଆରମ୍ଭ ହେବ । ତେବେ ଏହାକୁ ଦୃଷ୍ଟିରେ ରଖି ବର୍ଷକ ତଳୁ ଆଶାୟୀମାନେ କସରତ ଆରମ୍ଭ କରିଛନ୍ତି । ମାତ୍ର ଏ କ୍ଷେତ୍ରରେ ସଂରକ୍ଷଣ ତାଲିକା ବେଶ ଗୁରୁତ୍ୱପୂର୍ଣ୍ଣ । ସଂରକ୍ଷଣ ତାଲିକା ଆଶାୟୀଙ୍କ ପାଇଁ ଅନୁକୂଳ ନହେଲେ ନିର୍ବାଚନରେ ଲଢ଼ିବା ସମ୍ଭବ ହେବନି । ତେଣୁ ଆଜିର ସରକାରୀ ଚିଠି ସଂରକ୍ଷଣ ବିଜ୍ଞପ୍ତି ଉପରେ ସମସ୍ତଙ୍କର ନଜର ରହିଛି । ସରକାରଙ୍କଠୁ ଚୁଡାନ୍ତ ତାଲିକା ପାଇବା ପରେ କମିଶନ ନିର୍ବାଚନ ଲାଗି ତାରିଖ ଘୋଷଣା କରିବେ। ସଂରକ୍ଷଣ ପ୍ରକ୍ରିୟା ସାରିବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ପଞ୍ଚାୟତରାଜ ନିର୍ଦ୍ଦେଶକ ।ଏଥିରେ ୮ରେ ସରପଞ୍ଚ ଓ ପଞ୍ଚାୟତ ସମତି ଓ ଜିଲ୍ଲା ପରିଷଦ ପଦବୀ ପାଇଁ ପ୍ରାଥମିକ ଚିଠା ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଉଲ୍ଲେଖ ହୋଇଛି । ୧୬ରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ଚିଠା ତାଲିକା ଆସିବ। ୱାର୍ଡମେମ୍ବର, ସରପଞ୍ଚ, ସମତିସଭ୍ୟ ଓ ବ୍ଲକ ଅଧ୍ୟକ୍ଷ ପଦ ପାଇଁ ସଂରକ୍ଷଣ ନେଇ ୧୬ରୁ ଆପତ୍ତି ଅଭିଯୋଗ ଗ୍ରହଣ କରାଯିବ । ୨୨ ସୁଦ୍ଧା ଜିଲ୍ଲାପାଳ ମାନେ ଅଭିଯୋଗ ଶୁଣାଣି କରି କେସ ଫଇସଲା ସହ ସରକାରଙ୍କୁ ନିଜ ଜିଲ୍ଲାର ସଂରକ୍ଷଣ ତାଲିକା ଦେବେ । ସରକାରଙ୍କ ଅନୁମୋଦନ ପରେ ୨୬ରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ୨୯ ତାରିଖରେ ଚୂଡ଼ାନ୍ତ ତାଲିକା କମିଶନଙ୍କ ନିକଟରେ ସକାର ଦାଖଲ କରିବେ ସରକାର ।

Comments (0)
Add Comment