ପଂଚାୟତ ନିର୍ବାଚନ :ରେଙ୍ଗାଲି ବ୍ଳକ୍ ରେ ୯୬ ସମ୍ବେଦନଶୀଳ ବୁଥ୍ ଏବଂ ୧୧ ଅତି ସମ୍ବେଦନଶୀଳ ବୁଥ୍

ରେଙ୍ଗାଲି ବ୍ଳକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି। ବ୍ଳକର ୧୭ ଟି ଗ୍ରାମ ପଞ୍ଚାୟତ ର ୧୯୦ ଟି ବୁଥ୍ ରେ ଆସନ୍ତା ୨୦ ତାରିଖ ଦିନ ଭୋଟ୍ ଗ୍ରହଣ କରାଯିବ। ଶାନ୍ତି ଶୃଙ୍ଖଲା ଏବଂ ଶାନ୍ତିପୂର୍ଣ ଭାବରେ ନିର୍ବାଚନ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତା ବ୍ୟବସ୍ଥା ଗ୍ରହଣ କରାଯାଇଛି। ୧୯୦ଟି ବୁଥ୍ ମଧ୍ୟରୁ ୯୬ ଟି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଥିବା ବେଳେ ୧୧ଟି ଅତି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଏସବୁ ବୁଥମାନଙ୍କରେ ସ୍ୱତନ୍ତ୍ର ପୁଳିସ ବାହିନି ମୁତୟନ କରାଯିବାର ବନ୍ଦୋବସ୍ତ କରାଯାଇଛି। ବ୍ଳକର ରେଙ୍ଗାଲି ଗଞ୍ଚାୟତରେ ସର୍ବାଧିକ ୯ଟି ଏବଂ ସାଲଡ ପଞ୍ଚାୟତରେ ଦୁଇଟି ଅତିସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯାଇଛି। ଠେଲକୋଲୋଇ ପଞ୍ଚାୟତରେ ୯ଟି, ବମାଲୋଇରେ ୫ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ ହୋଇଥିବା ବେଳେ ଘିଚାମୁରା ରେ ୮ଟି ବୁଥ୍ଏ ବଂ ଜଙ୍ଗଳା ରେ ୭ଟି, ଖିଣ୍ଡା ପଞ୍ଚାୟତରେ ୨ଟି ଓ ଲପଙ୍ଗା ପଞ୍ଚାୟତରେ ୯ଟି ବୁଥ୍ ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ନିଶାନଭଙ୍ଗା ପଞ୍ଚାୟତରେ ୧୦ଟି ବୁଥ ସମ୍ବେଦନଶୀଳ ଚିହ୍ନଟ ହୋଇଛି। ସାଳଡ ପଞ୍ଚାୟତରେ ୯ଟି ବୁଥ୍ ସମ୍ବଦନଶୀଳ ଏବଂ ୨ଟି ବୁଥ୍ ଅତି ସମ୍ବେଦନଶୀଳ ଚିହ୍ନଟ ହୋଇଥିବା ବେଳେ ରେଙ୍ଗାଲି ଗ୍ରାମ ପଞ୍ଚାୟତର ୯ଟି ବୁଥକୁ ଅତି ସମ୍ବେଦନଶୀଳ ଚିହ୍ନଟ କରାଯାଇଛି। ରେଙ୍ଗାଲି ଜୋନ୍ (୧) ରେ ୫୯ଟି ସମ୍ବେଦନଶୀଳ ଏବଂ ୧୧ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି ଏବଂ ଜୋନ୍(୨)ରେ ୩୭ଟି ସମ୍ବେଦନଶୀଳ ବୁଥ୍ ରହିଛି।

Comments (0)
Add Comment