ପଂଚାୟତ ନିର୍ବାଚନ : ସରପଂଚ ପ୍ରାର୍ଥୀଙ୍କ ଅପହରଣ ନାଟକ

ଶ୍ୱଶୁର ଘରେ ଲୁଚିଥିଲେ ଅନୁଗୁଳ ମାଛକୁଟା ପଂଚାୟତର ସରପଂଚ ପ୍ରାର୍ଥୀ ମନୋଜ କୁମାର ସେଠୀଙ୍କ ଅପହରଣ ନାଟକର ପର୍ଦାଫାଶ ହେଇଛି ଇ ନିଜେ ଅପହରଣ ନାଟକ ରଚି ଶ୍ୱଶୁର ଘରେ ଲୁଚିଥିଲେ I ତେବେ ତାଙ୍କୁ ଶ୍ୱଶୁର ଘର ନିକଟରୁ ଠାବ କରିଛି ପୋଲିସ । ପ୍ରଚାର କରିବା ସମୟରେ ତାଙ୍କୁ ଅପହରଣ କରାଯାଇଥିବା ନେଇ ତାଙ୍କ ପତ୍ନୀ ଥାନାରେ ଅଭିଯୋଗ କରିଥିଲେ । ଏହା ପରେ ପୋଲିସ ପକ୍ଷରୁ ଛାନଭିନ୍ ଆରମ୍ଭ ହୋଇଥିଲା । ତାଙ୍କ ମୋବାଇଲ୍ ଟ୍ରାକିଂ କରି ସେ ଦେବଗଡ଼ରେ ଥିବା ଜାଣିବାକୁ ପାଇଥିଲା ପୋଲିସ । ଛେଣ୍ଡିପଦା ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଯାଇ ମନୋଜଙ୍କୁ ତାଙ୍କ ଶ୍ୱଶୁରଘର ନିକଟରୁ ଠାବ କରିଥିଲା । ନିର୍ବାଚନ ପାଇଁ ସେ ଘରକୁ ଘର ବୋଲି ପ୍ରଚାର କରୁଥିଲେ । ଗତକାଲି ସକାଳୁ ମଧ୍ୟ ପ୍ରଚାର ପାଇଁ ଘରୁ ବାହାରି ଯାଇଥିଲେ । ହେଲେ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରି ନ ଥିଲେ ଏବଂ ତାଙ୍କ ମୋବାଇଲ ସୁଇଚ ଅଫ ଆସିବାରୁ ତାଙ୍କୁ ଅପହରଣ କରାଯାଇଥିବା ନେଇ ପତ୍ନୀ ଥାନାରେ ଏତଲା ଦେଇଥିଲେ I

Comments (0)
Add Comment