ପଞ୍ଚାୟତ ଫୈସଲା : ସମିତି ସଭ୍ୟ ପଦ ରୁ ହାରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଏଥର ପଞ୍ଚାୟତ ନିର୍ବାଚନ ରେ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାତ ହୋଇଛି ମୁଖ୍ୟ ବିରୋଧୀ ଦଳ ବିଜେପି I ଏଥିରୁ ବାଦ ପଡ଼ିନାହାନ୍ତି ବିଜେପି ର ବହୁ ବଡ଼ ବଡ଼ ହେଭି ୱେଟ I ଏଥିରେ ରହିଛନ୍ତି ହିନ୍ଦୋଳ ବ୍ଲକର ଗିରିଧାରି ପ୍ରସାଦ ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିବା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ଅଞ୍ଜଳି ନିଜ ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ମାତ୍ର ୮୨୬ ଖଣ୍ଡ ଭୋଟ୍ ରେ ପରାଜିତ ହୋଇ ହରାଇଛନ୍ତି ସମିତି ସଭ୍ୟ ପଦ I
ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ । ଗତକାଲି ଭୋଟ୍ ଗଣତି ହୋଇଥିବାବେଳେ ଅଞ୍ଜଳିଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ନିର୍ବାଚନ ପୂର୍ବରୁ ଅଞ୍ଜଳି କହିଥିଲେ ଯେ, ଲୋକଙ୍କ ସେବା କରିବାକୁ ସେ ୨୦୨୪ ଯାଏଁ ଅପେକ୍ଷା କରିପାରିବେ ନାହିଁ । ହେଲେ ସେହି ସ୍ୱପ୍ନ ଧୁଳିସାତ ହୋଇଯାଇଛି ।
ଅଞ୍ଜଳି ପୂର୍ବରୁ ବିଜେଡି ଟିକେଟରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟକ ହେବା ପରେ ୨୦୦୯ରୁ ୨୦୧୧ ଯାଏ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ୨୦୧୧ରୁ ୨୦୧୨ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଥିଲେ । ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ଦଳରୁ ନିଲମ୍ବିତ ହୋଇଥିଲେ ଓ ଟିକେଟ୍ ମଧ୍ୟ ପାଇ ନ ଥିଲେ।
ଏହାପରେ ଗତବର୍ଷ ସେ ବିଜେପିରେ ଯୋଗ ଦେଇଥିଲେ। ଏହି ସମୟରେ ସେ ବିଜେଡି ବିରୋଧରେ ବିଷେଦାଗାର କରିଥିଲେ। ମୋ ବାପା, ମା’ ଓ ମୁଁ ବିଜେଡିରେ ରହି ଢେଙ୍କାନାଳବାସୀଙ୍କର ସେବା କରୁଥିଲୁ । ହେଲେ ସେହି ଦଳ ଆମକୁ ଗୋଇଠା ମାରିଛି।