ପଂଚାୟତ ଫୈସଲା : କୋରାପୁଟ ରେ ବିଜେଡି ଓ କଂଗ୍ରେସ ର ଜୋରଦାର ଟକ୍କର

ଏ ଥର ପଂଚାୟତ ନିର୍ବାଚନ ରେ କୋରାପୁଟ ଜିଲ୍ଲାବାସୀ ଙ୍କ ଉପରେ ଶାସକ ଦଳ ର ପ୍ରଭାବ ବିଶେଷ ପଡ଼ିନାହିଁ । ଶାସକ ଦଳ ର ନିର୍ବାଚନୀ ଷ୍ଟ୍ରାଟେଜି କୁ କଡା ଟକ୍କର ଦେଇଛି କଂଗ୍ରେସ ରଣନୀତି । କୋରାପୁଟ ଜିଲ୍ଲାର କଂଗ୍ରେସ ବିଧାୟକ ତାରା ବାହିନୀପତି ଙ୍କ ନିର୍ବାଚନୀ ରଣକୌଶଳ ଆଗରେ ଫେଲ ମାରିଛି ବିଜେଡି ର ରଣନୀତି I ଫଳରେ ଗତ ପଞ୍ଚାୟତ ନିର୍ବାଚନରେ ୨୪ଟି ଜିଲ୍ଲା ପରିଷଦ ଆସନ ହାତେଇ ଥିବା ବିଜେଡି ଏଥର ମାତ୍ର ୧୬ଟି ଆସନ ଅକ୍ତିଆର କରିବାକୁ ସକ୍ଷମ ହୋଇ ପାରିଛି । ଏଥର ବିଜେଡି ହାତରୁ କଂଗ୍ରେସ ୧୨ ଆସନ ଛଡ଼ାଇ ନେଇଛି। ତାରାଙ୍କ ରଣନୀତି ଯୋଗୁ ଏହା ସମ୍ଭବ ହୋଇଥିବା ଆଲୋଚନା ହେଉଛି। ସବୁ ଜିଲା ପରି ଏଠାରେ ମଧ୍ୟ ଜିଲ୍ଲାରେ କଂଗ୍ରେସ କନ୍ଦଳ ଉଗ୍ରରୂପ ଧାରଣ କରିଥିବା ସତ୍ତ୍ୱେ ବିଜେଡି କୁ ଚେକ ଦେଇପାରିଛି କଂଗ୍ରେସ । ତେବେ ଯାହା ଜଣାପଡିଛି ଗୋଷ୍ଠୀ କନ୍ଦଳର ପ୍ରଭାବ ଲୋକଙ୍କ ଉପରେ ଜମାରୁ ପଡ଼ିନାହିଁ। ଯଦିଓ କଂଗ୍ରେସ ଅଧ୍ୟକ୍ଷ ପଦ ହାତେଇ ପାରିନି କିନ୍ତୁ କୋରାପୁଟ୍‌ବାସୀ ପ୍ରମାଣିତ କରି ଦେଇଛନ୍ତି ଯେ ତାଙ୍କର ପୂର୍ଣ୍ଣ ସହଯୋଗ କଂଗ୍ରେସ ସପକ୍ଷ ରେ ରହିଛି I