ରାଜଧାନୀ ଭୁବନେଶ୍ୱରରେ ରହୁଛନ୍ତି ପାକିସ୍ତାନୀ ମହିଳା । ଓଡ଼ିଶାରେ ୧୨ ଜଣ ପାକିସ୍ତାନୀ ରହୁଥିବା ଜଣାପଡିବା ପରେ ଏବେ ସେମାନଙ୍କ ମଧ୍ୟରୁ ଜଣେ ରାଜଧାନୀ ରହୁଥିବା ଭୁବନେଶ୍ୱରରେ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଛି । ତୁରନ୍ତ ତାଙ୍କୁ ନୋଟିସ ଜାରି କରାଯାଇଛି । ଆଉ ଯଥାସମ୍ଭବ ଓଡ଼ିଶା ଛାଡିବା ପାଇଁ କୁହାଯାଉଛି । ରାଜଧାନୀ ଭୁବନେଶ୍ୱରରେ ଗତ ୨୦୦୮ ମସିହାରୁ ରହୁଛନ୍ତି ପାକିସ୍ତାନୀ ମହିଳା । ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କ ଭିସା ଅବଧି ୨୦୨୪ରେ ଶେଷ ହୋଇଯାଇଥିଲା, ଯେଉଁଥିପାଇଁ ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ପାଇଁ ଏକଜିଟ୍ ଭିସା ପାଇଁ କମିସନରେଟ ପୁଲିସ ନିକଟରେ ଆବେଦନ କରିଥିଲେ।