ଦିଲ୍ଲୀରୁ ପାକିସ୍ତାନୀ ଆତଙ୍କବାଦୀ ଗିରଫ, ଜାମ୍ମୁ କାଶ୍ମୀରରେ ୫ ଯବାନ ଙ୍କ ହତ୍ୟା କାଣ୍ଡ ରେ ସମ୍ପୃକ୍ତ :ବିସ୍ଫାରଣ ଯୋଜନା ପଣ୍ଡ

ଦିଲ୍ଲୀରୁ ଗିରଫ ହେଲା ପାକିସ୍ତାନୀ ଆତଙ୍କବାଦୀ।ବଡ଼ ଧରଣ ର ଆତଙ୍କ ବାଦୀ ଆକ୍ରମଣ ରୁ ଅଳ୍ପକେ ବର୍ତ୍ତି ଯାଇଛି ଦିଲ୍ଲୀ I ଦିଲ୍ଲୀ ପୋଲିସ ର ସ୍ପେଶାଲ ସେଲ ପାକିସ୍ତାନୀ ଆତଙ୍କବାଦୀ ମହମ୍ମଦ ଅସରାଫ ଓରଫ ଅଲ୍ଲୀ କୁ ଗିରଫ କରିଛି ଇ ଗିରଫ ପରେ ତା ପାଖରୁ ଏକେ-୪୭,ହ୍ୟାଣ୍ଡ ଗ୍ରେନେଡ଼,ଦୁଇଟି ଅତ୍ୟାଧୁନିକ ପିସ୍ତଲ ,୧୨୦ ରାଉଣ୍ଡ ଗୁଳି ସହ ଅନେକ ବିସ୍ଫାରକ ସାମଗ୍ରୀ ଜବତ କରାଯାଇଛି ସୂଚନା ମୁତାବକ ,ମହମ୍ମଦ ଜାଲ ଭାରତୀୟ ପରିଚୟ ପତ୍ର ଆଧାର ରେ ଦିଲ୍ଲୀ ର ଶାସ୍ତ୍ରୀ ନଗର ରେ ରହି ଆସୁଥିଲା ଏବୋ ଦିଲ୍ଲୀର ବିଭିନ୍ନ ସ୍ଥାନର ବିବରଣୀ ନେଉଥିଲା ଇ
ଏହି କୁଖ୍ୟାତ ଆତଙ୍କବାଦୀ ୨୦୦୯ରେ ଜାମ୍ମୁ ବସ୍ ଷ୍ଟାଣ୍ଡରେ ବିସ୍ଫୋରଣ କରିଥିଲା । ଏଥିରେ ୩ରୁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଆଇଏସ୍ଆଇ ଅଧିକାରୀ ନାସିରର ନିର୍ଦ୍ଦେଶରେ ବିସ୍ଫୋରଣ କରିଥିବା କହିଛି ଅଶରଫ । ୨୦୧୧ରେ ଦିଲ୍ଲୀ ର ହାଇକୋର୍ଟ ସମ୍ମୁଖରେ ଆନ୍ୟ ଦୁଇ ଜଣ ପାକିସ୍ଥାନୀ ଙ୍କ ଦ୍ୱାରା ‘ରେକି’ କରି ବ୍ଲାଷ୍ଟ କରିଥିଲା ।
ସେହିପରି ଜାମ୍ମୁ କଶ୍ମୀରରେ ୫ ଜଣ ଯବାନଙ୍କୁ ବିଭତ୍ସ ଭାବେ ମଧ୍ୟ ହତ୍ୟା କରିଥିବା ସେ ସ୍ୱୀକାର କରିଛି । ଏହା ସହ ଆଇଏସ୍ଆଇ ଅଧିକାରୀ ନାସିରର ନିର୍ଦ୍ଦେଶରେ ଜାମ୍ମୁକଶ୍ମୀରକୁ ମାରଣାସ୍ତ୍ର ଯୋଗାଉ ଥିବା କହିଛି ପାକିସ୍ତାନୀ ଆତଙ୍କବାଦୀ । ଆଇଏସ୍ଆଇ ଅଧିକାରୀଙ୍କ ସହ ଇ-ମେଲ ଜରିଆରେ କଥାବାର୍ତା ହେଉଥିଲା । ଇ-ମେଲରେ ଡ୍ରାଫ୍ଟ ଓ ମେସେଜ୍ ପଠାଯାଉଥିବା ପାକିସ୍ତାନୀ ଆତଙ୍କବାଦୀ ସୂଚନା ଦେଇଛି । ଦିଲ୍ଲୀରୁ ଗିରଫ ହେବା ପରେ ତାକୁ ଦୀର୍ଘ ସମୟ ଧରି ଜେରା କରାଯାଇଛି । ଅଶରଫକୁ ଏନ୍ଆଇଏ ଓ ର’ ଦୀର୍ଘ ସମୟ ଧରି ପଚରାଉଚରା କରିଛି ।
ସେ ପାକିସ୍ଥାନ ର ଆଇଏସଆଇ ଦ୍ୱାରା ପ୍ରଶିକ୍ଷଣ ନେଇ,ଭାରତ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା ବୋଲି ପ୍ରାଥମିକ ସୂଚନା ରୁ ଜଣାପଡିଛି ଇ ଏପରିକି ସେ ଦିଲ୍ଲୀର ଏକ ମହାବିଦ୍ୟାଳୟ ରେ ଛାତ୍ର ହିସାବ ରେ ନାଁ ଲେଖାଇଥିଲେ ବି କୌଣସି ଶ୍ରେଣୀରେ ଯୋଗ ଦେଇ ନ ଥିବା ଜଣା ପଡିଛି I

Comments (0)
Add Comment