ପାକିସ୍ତାନୀ ଡ୍ରୋନ୍ ଖସାଇଲା ବିଏସ୍‌ଏଫ୍‌

ଅମୃତସର: ପଞ୍ଜାବରେ ଅନୁପ୍ରବେଶ କରିଥିବା ଏକ ପାକିସ୍ତାନୀ ଡ୍ରୋନ୍‌କୁ ବିଏସ୍‌ଏଫ୍ ଯବାନମାନେ ଗୁଳିକରି ଖସାଇ ଦେଇଛନ୍ତି । ଡ୍ରୋନ୍‌କୁ ଜବତ କରାଯାଇଥିବା ବେଳେ ସର୍ଚ୍ଚ ଅପରେସନ୍ କରାଯାଇଛି । ସୂଚନା ଅନୁସାରେ, ଶୁକ୍ରବାର ସକାଳ ପ୍ରାୟ ୭ଟା ୪୫ରେ ଏହି ଡ୍ରୋନ୍ ପଞ୍ଜାବର ଅମୃତସର ସେକ୍ଟର୍‌ର ଓପି ପୁଲମୋରନ୍‌ରେ ଅନୁପ୍ରବେଶ କରିଥିଲା । ଏହି ଅନୁପ୍ରବେଶ ସୂଚନା ମିଳିବା ମାତ୍ରେ ହିଁ ବିଏସ୍‌ଏଫ୍ ଯବାନ ଏହାକୁ ଗୁଳିକରି ଖସାଇ ଦେଇଥିଲେ ।