‘ପଖାଳ ମୋର ପସନ୍ଦ’: ମୁଖ୍ୟମନ୍ତ୍ରୀ

ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ପଖାଳ ଦିବସ ଉପଲକ୍ଷେ ଓଡ଼ିଶାବାସୀ ଙ୍କୁ ଶୁଭେଚ୍ଛା ଜଣIଇଛନ୍ତି I ଏହା ସହିତ ସେ ନିଜେ ମଧ୍ୟ ମହା ଆନନ୍ଦରେ ପଖାଳ କଂସା ର ମଜ୍ଜା ନେଇ ଖାଇଛନ୍ତି I ମୁଖ୍ୟମନ୍ତ୍ରୀ କହିଛନ୍ତି ‘ପଖାଳ ମୋର ପସନ୍ଦ’ । ରାଜ୍ୟବାସୀଙ୍କୁ ପଖାଳ ଦିବସର ଶୁଭେଚ୍ଛା ଜଣାଇବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ଏଭଳି ଢଙ୍ଗରେ ‘ପଖାଳ ଦିବସ’ ପାଳିଛନ୍ତି । ଖାଲି ସେତିକି ନୁହେଁ, ନିଜେ ପଖାଳ ଖାଉଥିବାର ଭିଡିଓକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଜର ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେଆର କରିଛନ୍ତି ।
ମାର୍ଚ୍ଚ ୨୦ ହେଉଛି ବିଶ୍ୱ ‘ପଖାଳ ଦିବସ’ Iଓଡିଶା ବାସୀ ଙ୍କର ଅତି ପ୍ରିୟ ପଖାଳ କଂସା I ବିଶ୍ୱ ର କୋଣ ଅନୁକୋଣ ରେ ଓଡ଼ିଶାବାସୀ ରହିଥିଲେ ମଧ୍ୟ ତାଙ୍କର ଅତିପ୍ରିୟ ପଖାଳ କଂସା କୁ ଛାଡି ପରି ନ ଥାନ୍ତି I ଓଡିଆ ଜାତିର ଏକ ଅନନ୍ୟ ବିଶେଷତ୍ୱ ହେଉଛି ପଖାଳ । ଓଡ଼ିଶାରେ ଗାଁ ଠାରୁ ସହର ପର୍ଯ୍ୟନ୍ତ ଆବାଳ ବୃଦ୍ଧ ବନିତା ପଖାଳ ଖାଇଥାନ୍ତି I ପଖାଳ ଖାଇବା ପାଇଁ ବିଶେଷ କିଛି ଆନୁସଙ୍ଗିକ ଦରକାର ନ ଥାଏ , ଘରେ କିଛି ନ ଥିଲେ ମଧ୍ୟ ଫାଳେ ଲେମ୍ବୁ ,ଆଳୁ ଚକଟା,ବଡି ଚୁରା ବା ଶାଗ ଭଜା ଟିକିଏ ହେଲେ ଆତ୍ମା ତୃପ୍ତି କରି ଭୋଜନ ଟେ ହେଇ ଯାଏ I ତେଣୁ ପଖାଳ ଓଡ଼ିଆଙ୍କ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥାଏ I