ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରଭାବ ବୁଧବାର ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜରେ ମଧ୍ୟ ଦେଖିବାକୁ ମିଳିଥିଲା । ଭାରତର ଆକ୍ରମଣ ଭୟରେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । DAWN ର ଏକ ରିପୋର୍ଟ ଅନୁଯାୟୀ, ବିଶେଷଜ୍ଞମାନେ ପାକିସ୍ତାନ ଷ୍ଟକ୍ ଏକ୍ସଚେଞ୍ଜ (PSX) ରେ ସେୟାରର ତୀବ୍ର ହ୍ରାସ ପାଇଁ, ଦେଶ ବିରୁଦ୍ଧରେ ସମ୍ଭାବ୍ୟ ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନ ନେଇ ନିବେଶକଙ୍କ ଚିନ୍ତାକୁ ଦାୟୀ କରିଛନ୍ତି | କରାଚି ଷ୍ଟକ ଏକ୍ସଚେଞ୍ଜର ପ୍ରମୁଖ ପ୍ରମୁଖ ସୂଚକାଙ୍କ ବେଞ୍ଚମାର୍କ କେଏସଇ- ହଣ୍ଡ୍ରେଡ ୧୦୦କାରବାର ସମୟରେ ୩ ହଜାର ୨୦୦ ଅଙ୍କ ତଳକୁ ଖସିଆସିଛି । ବୁଧବାର କାରବାର ଶେଷ ହେବା ବେଳକୁ କେଏସଇ- ହଣ୍ଡ୍ରେଡର ୧ ଲକ୍ଷ ୧୧ ହଜାର ୧୯୨ ଦଶମିକ ୯୨କୁ ଖସି ଆସିଛି ।