ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ନିରୀହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ରିଲାଏନ୍ସ ପରିବାର ଗଭୀର ଶୋକ ପ୍ରକାଶ କରିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ଅଧ୍ୟକ୍ଷ ଏବଂ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ପୀଡିତଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ସେ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏଥିସହ ସେ କହିଛନ୍ତି ଯେ, ରିଲାଏନ୍ସ ଫାଉଣ୍ଡେସନର ସାର୍ ଏଚ୍.ଏନ୍. ହସ୍ପିଟାଲ ଆହତମାନଙ୍କୁ ମାଗଣାରେ ଚିକିତ୍ସା କରିବ ।