ପଦ୍ମ ପୁରସ୍କାର: ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’ ଓ ପ୍ରତିଭା ରାୟ ଙ୍କୁ ‘ପଦ୍ମ ଭୂଷଣ’ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି

ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହେଲେ ପାରା ଆଥଲେଟ ସୁନା ପୁଅ ପ୍ରମୋଦ ଭଗତ । ଓଡ଼ିଶାର ଏହି ସୁନା ପୁଅଙ୍କୁ ‘ପଦ୍ମଶ୍ରୀ’ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗତ ପାରା ଅଲମ୍ପିକ୍ସରେ ଦେଶ ପାଇଁ ସ୍ୱର୍ଣ୍ଣପଦକ ଜିତିଥିଲେ ଏହି ଓଡ଼ିଆ ବ୍ୟାଡମିଣ୍ଟନ ତାରକା ପ୍ରମୋଦ ଭଗତ ।

ସେହିପରି ବିଶିଷ୍ଟ ଲେଖିଲା ତଥା ଔପନ୍ୟାସିକା ପ୍ରତିଭା ରାୟ ଙ୍କୁ ସମ୍ମାନଜନକ ‘ପଦ୍ମଭୂଷଣ’ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ I
ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କ ନିକଟରୁ ଏହି ସମ୍ମାନ ଗଅହଣ କରିଛନ୍ତି ଉଭୟ ବିଜେତା । ଏକ ସ୍ୱତନ୍ତ୍ର ଉତ୍ସବରେ ଦୁଇ ଜଣଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଭବନରେ ରେଡ୍ କାର୍ପେଟରେ ଯାଇ ରାଷ୍ଟ୍ରପତିଙ୍କ ହାତକୁ ପଦ୍ମ ପୁରସ୍କାର ଗ୍ରହଣ କରିଛନ୍ତି ପ୍ରତିଭା ରାୟ ଯାହା ଓଡିଶା ପାଇଁ ଗର୍ବ ଏବଂ ଗୌରବର ମୁହୂର୍ତ୍ତ । ତେବେ ଗତ ଜାନୁୟାରୀ ୨୫ ତାରିଖରେ ପଦ୍ମଭୂଷଣ ପୁରସ୍କାର ପାଇବା ନେଇ ପ୍ରତିଭା ରାୟଙ୍କ ନାମ ଘୋଷଣା ହୋଇଥିଲା । ଆଉ ଏହାର ଠିକ୍ ୨ ମାସ ପରେ ରାଷ୍ଟ୍ରପତିଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ପ୍ରତିଭା ରାୟ ।