କାବୁଲ ବିମାନବନ୍ଦର ବାହାରେ ପୁଣି ରକେଟ ମାଡ଼, ଜଳିଗଲା ଗାଡି

ଗତ ୪ ଦିନ ମଧ୍ୟ ରେ କାବୁଲ ବିମାନବନ୍ଦର ବାହାରେ ବାରମ୍ବାର ବୋମା ବିସ୍ଫୋରଣ ଓ ରକେଟ ମାଡ଼ ହେଉଛି Iଆଜି ସକାଳ ୬ଟା ୪୦ରେ କାବୁଲ ଏୟାରପୋର୍ଟ ନିକଟରେ ପୁଣି ରକେଟ ରେ ଆକ୍ରମଣ କରାଯାଇଛି । ମିଡିଆର ସୂଚନା ଅନୁସାରେ କାବୁଲ ଏୟାରପୋର୍ଟ ନିକଟ ଏକ ୟୁନିଭରସିଟି ପାଖରେ ଗାଡି ଦ୍ୱାରା ରକେଟ୍ ମାଡ ହୋଇଥିଲା । ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳୁଥିବାର ଦେଖିବାକୁ ମିଳିଛି । ଏହି ରକେଟ୍ ଆକ୍ରମଣ ଫଳରେ ବିଭିନ୍ନ ସ୍ଥାନରେ ଧୁଆଁ ହେବା ସହ ଅନ୍ୟ ଗାଡି ଗୁଡିକରେ ମଧ୍ୟ ନିଆଁ ଲାଗି ଜଳି ଯାଇଛି । ଏହି ଆକ୍ରମଣ କିଏ କରିଛି, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଅଗଷ୍ଟ ୩୧ ତାରିଖ ସୁଦ୍ଧା ଆମେରିକା ସେନା କାବୁଲ ଛାଡିବା ପାଇଁ ଡେଡଲାଇନ୍ ଦିଆଯାଇଛି । ଏହା ପୂର୍ବରୁ କାବୁଲ ଏୟାରପୋର୍ଟ ଓ ଏହାର ଆଖପାଖ ଅଂଚଳରେ ଆଲର୍ଟ ଜାରି କରାଯାଇଛି । ପ୍ରଥମେ କାବୁଲ ଏୟାରପୋର୍ଟରେ ଆତଙ୍କବାଦୀ ଆକ୍ରମଣ କରାଯାଇଥିଲା । ଏଥିରେ ୧୩ ଆମେରିକା ସେନା ସମେତ ଶତାଧିକ ଲୋକଙ୍କ ଜୀବନ ଯାଇଥିଲା ଈଏହି ଆକ୍ରମଣ ଆତଙ୍କବାଦୀ ଗୋଷ୍ଠୀ ଆଇଏସ୍ଆଇଏସ୍-କେ କରିଛି ବୋଲି କହିଥିଲା Iଏହା ପରେ ଆମେରିକା ପକ୍ଷରାୁ ଏୟାର ଷ୍ଟ୍ରାଇକ୍ କରି ପ୍ରତିଶୋଧ ନେଇଥିଲା I କିନ୍ତୁ ଆଜି ସକାଳ ୬ଟା ୪୦ରେ ଯେଉଁ ରକେଟ ମାଡ଼ ହୋଇଥିଲା ,ଏହା ପଛରେ ଆତଙ୍କବାଦୀ ନା ଆମେରିକା ସେନା ତାହା ଅସ୍ପଷ୍ଟ ଅଛି I

Comments (0)
Add Comment