ବାହାଘର ସମୟରେ ବଚସା :ଟେଣ୍ଟ ମାଲିକଙ୍କୁ ଗାଡି ଚଢାଇ ହତ୍ୟା କଲେ ଡିଜେ ମାଲିକ

ଟେଣ୍ଟ ମାଲିକଙ୍କୁ ହତ୍ଯା। ପୁରୀ ଜିଲ୍ଲା ଗୋପ ବ୍ଳକ ଅନ୍ତର୍ଗତ ବେଦପୁର ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବରଯାତ୍ରୀ ଶୋଭାଯାତ୍ରା ସରିଯିବା ପରେ ଅଘଟଣ। ଗତକାଲି ବିଳମ୍ବିତ ରାତିରେ ବାଲିକନ୍ଦଳ ଗାଁରେ ବାହାଘର ପ୍ରୋସେସନ ବେଳେ ଘଟିଥିଲା ଏହି ତୁମୁଳକାଣ୍ଡ ।ଟେଣ୍ଟ କପଡାରେ ଡିଜେ ଗାଡି ବାଜି ଚିରିଯିବା ପରେ ଏନେଇ ଟେଣ୍ଟ ମାଲିକ ଓ ଡିଜେ ମାଲିକଙ୍କ ମଧ୍ୟରେ ବଚସା ଉଗ୍ରରୂପ ଧାରଣ କରିଥିଲା।
ଏହାପରେ ଡିଜେ ମାଲିକ ଟେଣ୍ଟ ମାଲିକ ଉପରକୁ ଗାଡି ଚଢାଇ ଦେଇଥିଲେ Iଯାହାଫଳରେ ଟେଣ୍ଟ ମାଲିକ ଗୁରୁତର ହୋଇପଡିଥିଲେ I ଗୁରୁତର ଅବସ୍ଥାରେ ତାଙ୍କୁ ଗୋପ ମେଡିକାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା ।ମୃତକ ହେଲେ ଏରବଙ୍ଗ ଗାଁର ପପୁ ପ୍ରଧାନ। ଘଟଣାସ୍ଥଳରେ ଗୋପ ପୋଲିସ ପହଁଚି ଶବ ଜବତ କରିବା ପରେ ଗାଡି ଗୁଡିକୁ ଅଟକ ରଖି ତଦନ୍ତ ଚଲାଇଛି। ସେହି ସମୟରେ ପୋଲିସକୁ ମଧ୍ୟ ଠେଲାପେଲା କରିଥିବା ଜଣାପଡିଛି ।ହତ୍ଯା କରିବା ପରେ ଡିଜେ କର୍ମଚାରୀ ଫେରାର ହୋଇ ଯାଇଛି । ଅନ୍ୟପଟେ ମୃତକଙ୍କ ଗ୍ରାମବାସୀ ବେଗୁନିଆ ଠାରେ ପିପିଲି କୋଣାର୍କ ରାସ୍ତା ଅବରୋଧ କରିଛନ୍ତି। ଏହି ଘଟଣାରେ ଜଣକୁ ଅଟକ ରଖି ଗୋପ ପୋଲିସ ତଦନ୍ତ ଆରମ୍ଭ କରିଛି ।