ଖସୁଛି ସଂକ୍ରମଣ: ରାଜ୍ୟରୁ ୨୬୦୩ ସଂକ୍ରମିତ ଚିହ୍ନଟ ,୨୨ ମୃତ

ରାଜ୍ୟରେ ଲଗାତାର ଭାବରେ ତଳମୁହାଁ ହେଉଛି କରୋନା ଗ୍ରାଫ I ସପ୍ତାହେ ମଧ୍ୟରେ ଆଖିଦୃଶିଆ ଭାବରେ ସଂକ୍ରମଣ ହ୍ରାସ ପାଇ ଚାଲିଛି Iଗତ ୨୪ ଘଣ୍ଟା ମଧ୍ୟରେ ୨୬୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ମୃତକ ଙ୍କ ସଂଖ୍ୟା ବଢି ବଢି ଚାଲିଛି I ଅନ୍ୟପଟେ ସଂକ୍ରମିତ ଙ୍କ ମଧ୍ୟରୁ ଗତ କଲି ରାଜ୍ୟରୁ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୮୭୧୧କୁ ବୃଦ୍ଧି ପାଇଛି । ଭୁବନେଶ୍ୱରରୁ ୬, ସୁନ୍ଦରଗଡ଼ରୁ ୪, କଟକରୁ ୩, କେଉଁଝରରୁ ୨, ବାଲେଶ୍ୱର, ବୌଦ୍ଧ, ଗଞ୍ଜାମ, ଜଗତସିଂହପୁର, ନୟାଗଡ଼, ନବରଙ୍ଗପୁର, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସେହିଭଳି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୨୧ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୦୮୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୩୪୯ଜଣ ରହିଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତ ମାନେ ହେଲେ, ବାଲେଶ୍ୱର ଜିଲ୍ଲାରୁ ୪୮ଜଣ, ବରଗଡ଼ ଜିଲ୍ଲାରୁ ୫୧ଜଣ, ଭଦ୍ରକ ଜିଲ୍ଲାରୁ ୩୭ଜଣ, ବଲାଙ୍ଗୀର ଜିଲ୍ଲାରୁ ୬୦ଜଣ, ବୌଦ୍ଧ ଜିଲ୍ଲାରୁ ୩୭ଜଣ, କଟକ ଜିଲ୍ଲାରୁ ୨୦୫ଜଣ, ଦେଓଗଡ଼ ଜିଲ୍ଲାରୁ ୨୧ଜଣ, ଢେଙ୍କାନାଳ ଜିଲ୍ଲାରୁ ୬୪ଜଣ, ଗଜପତି ଜିଲ୍ଲାରୁ ୬୪ଜଣ, ଗଞ୍ଜାମ ଜିଲ୍ଲାରୁ ୮୫ଜଣ, ଜଗତସିଂହପୁର ଜିଲ୍ଲାରୁ ୬୦ଜଣ, ଯାଜପୁର ଜିଲ୍ଲାରୁ ୧୩୩ଜଣ, ଝାରସୁଗୁଡ଼ା ଜିିଲ୍ଲାରୁ ୫୭ଜଣ, କଳାହାଣ୍ଡି ଜିଲ୍ଲାରୁ ୬୦ଜଣ, କନ୍ଧମାଳ ଜିଲ୍ଲାରୁ ୨୬ଜଣ, କେନ୍ଦ୍ରପଡ଼ା ଜିଲ୍ଲାରୁ ୬୩ଜଣ, କେନ୍ଦୁଝର ଜିଲ୍ଲାରୁ ୪୩ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୪୪୪ଜଣ, କୋରାପୁଟ ଜିଲ୍ଲାରୁ ୯୪ଜଣ, ମାଲକାନଗିରି ଜିଲ୍ଲାରୁ ୧୯ଜଣ, ମାଲକାନଗିରି ଜିଲ୍ଲାରୁ ୧୯ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୦୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୬୨ଜଣ, ନୟାଗଡ଼ ଜିଲ୍ଲାରୁ ୬୭ଜଣ, ନୂଆପଡ଼ା ଜିଲ୍ଲାରୁ ୮୭ଜଣ, ପୁରୀ ଜିଲ୍ଲାରୁ ୪୧ଜଣ, ରାୟଗଡ଼ା ଜିଲ୍ଲାରୁ ୬୧ଜଣ, ସମ୍ବଲପୁର ଜିଲ୍ଲାରୁ ୮୮ଜଣ, ସୋନପୁର ଜିଲ୍ଲାରୁ ୧୬ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୨୦୪ଜଣ, ଷ୍ଟେଟ ପୁଲ୍‌ରୁ ୧୦୦ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୪୭୦୫ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୬୪୭୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୬୯୬୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨୨୮୯୭୬ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୭୯୩୬୦୩୧ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Comments (0)
Add Comment