ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେଉଛି କରୋନା ଗ୍ରାଫ I ଗତ ୪ ଦିନ ମଧ୍ୟରେ ଆଖିଦୃଶିଆ ଭାବରେ ସଂକ୍ରମଣ କମିଛି I ଗତକାଲି ସଂକ୍ରମଣ ହାର ୫୯୦୧ ଥିବାବେଳେ ଆଜି ଏହା କମି ଯାଇ ୫୦୫୭ ରେ ପହଂଚିଛି I ସଂକ୍ରମିତ ମାନଙ୍କ ସଙ୍ଗରୋଧରୁ ୨୯୩୨ ଓ ସ୍ଥାନୀୟ ଅଞ୍ଚଳରୁ ୨୧୨୫ ଜଣ ଚିହ୍ନଟ ହୋଇଛନ୍ତି । ଏଥିସହ ୬୬୭ ଜଣ ୧୮ ବର୍ଷରୁ କମ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୬ ହଜାର ୨୨୬ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୧ ଲକ୍ଷ ୬୩ ହଜାର ୩୯୬ ରହିଥିବା ବେଳେ ୬୪ ହଜାର ୨୧୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ପ୍ରତିଥର ଭଳି ଏ ଥର ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୪୯୫, ସୁନ୍ଦରଗଡ଼ରୁ ୪୨୯, ନୟାଗଡ଼ରୁ ୨୧୭ ପଜିଟିଭ୍ ଆସିଛି । ବାଲେଶ୍ୱରରୁ ୨୦୨, ନୂଆପଡ଼ାରୁ ୧୯୦, ସମ୍ବଲପୁରରୁ ୧୭୯, କଳାହାଣ୍ଡିରୁ ୧୪୦ ଜଣ ସଂକ୍ରମିତ ହୋଇଛନ୍ତି ।ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।