ଅଶାନ୍ତ ସମୁଦ୍ର ଭିତରୁ ଆସିଲା ସୁନା ରଙ୍ଗର ବିଶାଳ ରଥ ସଦୃଶ ଡଙ୍ଗା

ସମୁଦ୍ର ମଧ୍ୟରେ ସୁନାର ଡଙ୍ଗା I ବାତ୍ୟା ‘ଅସାନି’ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ସନ୍ଥବମାଲି କୂଳକୁ ଏକ ସୁନାର ରଥ ସଦୃଶ ଏକ ଡଙ୍ଗା କୂଳକୁ ଭାସି ଆସିଛି । ଆନ୍ଧ୍ରପ୍ରଦେଶ କାକିନାଡ଼ାରେ ‘ଅସାନି’ ପ୍ରଭାବରେ ଜୋର୍‌ରେ ପବନ ବହିବା ସହ ସମୁଦ୍ର ଜୁଆରିଆ ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ମଧ୍ୟ ଲାଗି ରହିଛି। ଏସବୁ ଭିତରେ ଶ୍ରୀକାକୁଲମର ସୁନାପାଲ୍ଲୀ ସମୁଦ୍ର କୂଳ ରେ ଏହି ବିଶାଳ ରଥ ସାଧୁସ ସୁନେଲି ଡଙ୍ଗା ଟିକୁ ଦେଖିବାକୁ ମିଳିଥିଲା I


ସମୁଦ୍ରରେ ଉଚ୍ଚ ଜୁଆର ଯୋଗୁ ଏହି ବିଶାଳ ଓ ରହସ୍ୟମୟ ରଥ ଭାସିଭାସି କୂଳକୁ ଆସିଥିବା କୁହାଯାଉଛି। ରଥଟି କୂଳକୁ ଆସିବା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଏହା କୂଳରେ ପହଞ୍ଚିବା ପରେ ଲୋକଙ୍କ ପ୍ରବଳ ଭିଡ଼ ଜମି ଥିଲା। ଅସାନି ପାଇଁ ସମୁଦ୍ର କୂଳକୁ ଲୋକଙ୍କୁ ଯିବାକୁ ବାରଣ କରାଯାଇଛି। ଏହି ଡଙ୍ଗାରେ ଭିନ୍ନ ଭାଷାରେ କିଛି ଲେଖା ରହିଛି । ତେଣୁ ସମ୍ଭବତଃ ଏହା ଥାଇଲାଣ୍ଡରୁ ଭାସି ଆସିଥିିବା ଅନୁମାନ କରାଯାଉଛି । ଶ୍ରୀକାକୁଲମ କୋଷ୍ଟ ଗାର୍ଡ ପାଖରୁ ଏହି ସୁନ୍ଦର ରଥ ସଦୃଶ ଡଙ୍ଗାଟିକୁ ପ୍ରଶାସନ ଜବତ କରିଛି ।ତଥାପି ଲୋକମାନେ ରହସ୍ୟମୟ ରଥକୁ ଦେଖିବାକୁ ଭିଡ଼ ଜମାଇଛନ୍ତି।