ସେପ୍ଟେମ୍ବର ଶେଷ ସୁଦ୍ଧା ହେବ ସମେଟିଭ୍ ଆସେସମେଣ୍ଟ: ଓସେପାର ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା । ଓସେପା ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ଆଜି ଏହି ଘୋଷଣା କରାଯାଇଛି। ସମେଟିଭ-୧ ପରୀକ୍ଷା ଠିକ ସମୟରେ କରିବାକୁ ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସମେଟିଭ୍ ଆସେସମେଣ୍ଟ-୧ ଆୟୋଜନ ନେଇ ଓସେପା ନିର୍ଦ୍ଦେଶ ଦେଇଛି। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଶିଶୁ ବାଟିକା ୩ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମେଟିଭ୍ ଆସେସମେଣ୍ଟ-୧ ଆସନ୍ତା ସେପ୍ଟେମ୍ବର ମାସର ଚତୁର୍ଥ ସପ୍ତାହରେ କରାଯିବ। ଏନେଇ ସମସ୍ତ ଡିଇଓ ଏବଂ ଡିପିସିମାନଙ୍କୁ ଆବଶ୍ୟକ ପଦକ୍ଷେପ ନେଇ ସମୟ ମଧ୍ୟରେ ପରୀକ୍ଷା ପ୍ରକ୍ରିୟା ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ପୂର୍ବରୁ ଜାରି ହୋଇଥିବା ଆସେସମେଣ୍ଟ ଫ୍ରେମୱାର୍କ ଫର୍‌ ସ୍କୁଲ ଏଜୁକେସନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ରହିଛି । ଏ ନିର୍ଦ୍ଦେଶକୁ ମୋଷ୍ଟ ଅର୍‌ଜେଣ୍ଟ ଭାବେ ଗୁରୁତ୍ୱ ଦିଆଯାଇଛି । ଚଳିତ ଶିକ୍ଷାବର୍ଷରେ ନୂଆ ମୂଲ୍ୟାୟନ ବ୍ୟବସ୍ଥା ଅନୁସାରେ ବିଦ୍ୟାର୍ଥୀଙ୍କ ଶିକ୍ଷଣ ଅଗ୍ରଗତିର ନିୟମିତ ଆକଳନ ଉପରେ ଗୁରୁତ୍ୱ ଦିଆଯାଉଛି ।