ଭୁବନେଶ୍ୱର: ଜାତୀୟ ରାଜପଥରେ ଗୋରୁଗାଈଙ୍କ ଯୋଗୁଁ ଘଟୁଥିବା ଦୁର୍ଘଟଣା ରୋକିବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଏଣିକି ଏନ୍ଏଚ୍ (NH)ରୁ ଗୋରୁଗାଈଙ୍କୁ ହଟାଯିବ। ଏଥିପାଇଁ ପରିବହନ ବିଭାଗ, NHAI ଏବଂ ପ୍ରାଣୀସମ୍ପଦ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ। ପରିବହନ ବିଭାଗ ରାସ୍ତାରୁ ପଶୁମାନଙ୍କୁ ସ୍ଥାନାନ୍ତର କରିବାକୁ ଥିବା ବେଳେ ରାସ୍ତା କଡ଼ରେ ପ୍ରତି ୧୦୦ କିଲୋମିଟରରେ ଗୋଟିଏ ଲେଖାଏଁ ଗୋଶାଳା ନିର୍ମାଣ କରାଯିବ। ଏହି ଗୋଶାଳାଗୁଡ଼ିକର ରକ୍ଷଣାବେକ୍ଷଣ ଦାୟିତ୍ୱ ପ୍ରାଣୀସମ୍ପଦ ବିଭାଗ ବହନ କରିବ ଏବଂ ସ୍ଥାନୀୟ ଏସ୍ପି ଏହା ଉପରେ କଡ଼ା ନଜର ରଖିବେ। ଏହାସହ ଆଗାମୀ ଦିନରେ ପ୍ରତି ବ୍ଲକ୍ରେ ଗୋଶାଳା ଖୋଲିବାକୁ ଯୋଜନା ରହିଥିବା ନେଇ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।