୭୧ ଜନସଂଖ୍ୟା ବିଶିଷ୍ଟ ଗାଁରେ ନୂଆ ନଳକୂପ ଖନନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର : ରାଜ୍ୟରେ ଅଚଳ ନଳକୂପକୁ ସଚଳ କରିବାକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ଯୋଗାଣ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ୭୧ ଜନସଂଖ୍ୟା ବିଶିଷ୍ଟ ଗାଁରେ ନୂଆ ନଳକୂପ ଖନନ କରିବାକୁ ନିଦେର୍ଦଶ ଦେଇଛନ୍ତି। ବସୁଧା ଯୋଜନାରେ ସୋଲାର ପ୍ରକଳ୍ପ କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚାୟତସ୍ତରରେ ଜଳଛତ୍ର ଖୋଲିବାକୁ ଚିଠି କରାଯାଇଥିବା କହଛନ୍ତି। ମେଗା ପାନୀୟ ଜଳ ପ୍ରକଳ୍ପ କାମ ଠିକ ସମୟରେ ସାରିବାକୁ ନିର୍ଦ୍ଦେଶ’ ଦେଇଛନ୍ତି। ରାଜ୍ୟରେ ଅଧିକାଂଶ ଜିଲ୍ଲାରେ ପାରଦ ୩୮ ଡିଗ୍ରୀ ଭିତରେ ରହିଥିବା ବେଳେ ଆଗକୁ ଏହା ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେବେ ଲୋକଙ୍କ ସୁରକ୍ଷା ଏବଂ ସୁବିଧା ଲାଗି ଗ୍ରାମରେ ପିଇବା ପାଣି ବ୍ୟବସ୍ଥା କରିବାକୁ ମନ୍ତ୍ରୀ ପଦକ୍ଷେପ ଗ୍ରହଣ କରିଛନ୍ତି। ଘ୍ରୀଷ୍ମପ୍ରବାହରେ ଲୋକଙ୍କୁ ଯେପରି ପିଇବା ପାଣି ମିଳିବ ସେଥିଲାଗିଆକଳନ କରିଛି। ଆଗାମୀ ୪ ରୁ ୫ ଦିନରେ ଦିନର ସର୍ବୋଚ୍ଚ ତାପମାତ୍ରା ରାଜ୍ୟର କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ ତାପମାତ୍ରା ୩ ରୁ ୫ ଡିଗ୍ରୀ ବୃଦ୍ଧି ସହ କିଛି ଜିଲ୍ଲାରେ ତାପମାତ୍ରା ୪୦ ଡ଼ିଗ୍ରୀ ଅତିକ୍ରମ କରିବାର ସମ୍ଭାବନା ରହିଛି ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ତାପମାତ୍ରା ବୌଦ୍ଧରେ ୩୮.୦୦ ଡିଗ୍ରୀ ରେକର୍ଡ ହୋଇଥିବାବେଳେ ସର୍ବନିମ୍ନ ୧୩.୦୦ ଡିଗ୍ରୀ ଫୁଲବାଣୀରେ ରେକର୍ଡ ହୋଇଛି। ଭୁବନେଶ୍ୱର ସର୍ବାଧିକ ୩୫ .୪ ଡିଗ୍ରୀ ଓ କଟକରେ ୩୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଜ୍ୟରେ ତାପମାତ୍ରା ବୃଦ୍ଧି ଲାଗି ସ୍ୱତନ୍ତ୍ର ରିଲିଫ୍ କମିସନର (ଏସଆରସି) ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି। ବିପଦରେ ଥିବା ୬ ଜିଲ୍ଲାଗୁଡ଼ିକ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀର ଅନ୍ତର୍ଭୁକ୍ତ। ଏସବୁ ଜିଲ୍ଲାରେ ତାପମାତ୍ରା ରବିବାର ୩୭ ଡିଗ୍ରି ସେଲସିୟସ୍ ଏବଂ ତା’ଠାରୁ ଅଧିକ ପହଞ୍ଚିସାରିଛି। ଆଗାମୀ ପାଞ୍ଚ ଦିନ ମଧ୍ୟରେ ଏହି ଜିଲ୍ଲାଗୁଡ଼ିକର କିଛି ଅଞ୍ଚଳରେ ତାପମାତ୍ରା ପ୍ରାୟ ୪୦ ଡିଗ୍ରି ସେଲସିୟସ୍ କିମ୍ବା ତା’ଠାରୁ ଅଧିକ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଜିଲ୍ଲାପାଳଙ୍କୁ ଜନସାଧାରଣଙ୍କ ନିକଟରେ ସତର୍କତା ପ୍ରସାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏସଆରସିଙ୍କ ପରାମର୍ଶରେ ଉଲ୍ଲେଖ କରାଯାଇଛି ଯେ, ଯଦିଓ ଗରମ ଅଧିକାଂଶ ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ନାହିଁ ତେବେ ଏହା ଶିଶୁ, ବୃଦ୍ଧ ଏବଂ ଅସୁସ୍ଥ ବ୍ୟକ୍ତିଙ୍କ ସମେତ ଦୁର୍ବଳ ଗୋଷ୍ଠୀଙ୍କ ପାଇଁ ସ୍ୱାସ୍ଥ୍ୟ ବିପଦ ସୃଷ୍ଟି କରିପାରେ ବୋଲି ସତର୍କ ସୂଚନା ଦିଆଯାଇଛି। ସାଧାରଣ ଲୋକଙ୍କୁ ଆବଶ୍ୟକୀୟ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି, ବିଶେଷକରି ଅପରାହ୍ନରେ ବାହାରକୁ ଯିବାକୁ କୁହାଯାଇଛି।