ଟ୍ୱିନ୍ ସିଟିକୁ ଅରେଞ୍ଜ ୱାର୍ଣ୍ଣିଂ

ଆଗାମୀ ୩ ଘଣ୍ଟା ମଧ୍ୟରେ କାଳବୈଶାଖୀ ବର୍ଷା ସହ ଝଡ଼ ପବନ ନେଇ ଭୁବନେଶ୍ୱର ଓ କଟକ ସହରକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ, ଆଗାମୀ ୩ ଘଣ୍ଟା ମଧ୍ୟରେ ଟ୍ୱିନ୍ ସିଟିରେ କାଳବୈଶାଖୀ ବର୍ଷା ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ଝଡ଼ ପବନ ହେବ ।

ପ୍ରଭାବରେ ଚାଷ କ୍ଷତିଗ୍ରସ୍ତ ହେବ । ପାଗକୁ ଦେଖି ସୁରକ୍ଷିତ ସ୍ଥାନକୁ ଯିବାକୁ ଲୋକଙ୍କୁ ନିବେଦନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଏବେ ରାଜ୍ୟରେ କାଳବୈଶାଖୀ ବର୍ଷା ଲାଗି ରହିଥିବା ବେଳେ ଆଜି ପାଇଁ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଢେଙ୍କାନାଳ, ରାୟଗଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି, ନୟାଗଡ଼, ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଏଭଳି ପାଗ ୨୮ ତାରିଖ ଯାଏ ଲାଗି ରହିବ ।