ଭୁବନେଶ୍ୱର : ପ୍ରକାଶ ପାଇଲା ଓପିଏସସି ରେଜଲ୍ଟ। ଅନୁଗୁଳର ପ୍ରିୟାଂଶୁ ପାଲ ହେଲେ ଟପ୍ପର। ଦ୍ବିତୀୟ ସ୍ଥାନରେ ଅନନ୍ୟା ମିଶ୍ର। ତୃତୀୟ ସ୍ଥାନରେ ଅଛନ୍ତି ଶୋଭନ ପଟ୍ଟନାୟକ। ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ମାତ୍ର ଜଣେ ମହିଳା।ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ୩୯୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ମଧ୍ୟରେ ୧୪୪ ଜଣ ମହିଳା ରହିଛନ୍ତି I ଆଜି କଟକସ୍ଥିତ OPSC କାର୍ଯ୍ୟାଳୟ ପକ୍ଷରୁ ଏହା ପ୍ରକାଶ ପାଇଛି । ୱେବସାଇଟରେ ଏହାର ପଳାଫଳ ଉପଲବ୍ଧ ଅଛି ।
ପ୍ରଥମ ୧୦ ଜଣଙ୍କ ମଧ୍ୟରେ ଅଛନ୍ତି :
୧-ପ୍ରିୟାଂଶୁ ପାଲ
୨-ଅନନ୍ୟା ମିଶ୍ର
୩-ଶୋଭନ ପଟ୍ଟନାୟକ
୪-ମିର୍ଜା ଫଏଦ କାଦରୀ
୫-ଚିନ୍ମୟ ସାହୁ
୬- ଅନ୍ତିମ ସ୍ୱାଇଁ
୭-ଶୈଳେଶ ଭୋଇ
୮-ମହମ୍ମଦ ନାଜିମ ହାତିଫ
୯-ଚିନ୍ମୟ କୁମାର ପାଢ଼ୀ
୧୦-ମିଲନ ମହାପାତ୍ର ।