‘ନିର୍ବାଚନ ସମୟରେ ବିରୋଧୀଙ୍କ ନାରୀ ସୁରକ୍ଷା ପ୍ରସଙ୍ଗ ଉଠେ’ :ସସ୍ମିତ ପାତ୍ର

ନିର୍ବାଚନ ପାଖେଇ ଆସିଲେ ବିରୋଧୀ ଙ୍କର ନାରୀ ସୁରକ୍ଷା ପ୍ରସଙ୍ଗ ଉଠେ । ନିର୍ବାଚନ ପାଇଁ ବିରୋଧୀମାନେ ଶସ୍ତା ରାଜନୀତି କରନ୍ତି I
ସେ ଆହୁରି କହିଛନ୍ତି କି ନିିର୍ବାଚନ ସରିଗଲେ ଏହି କଥାକୁ ଭୁଲିଯାଆନ୍ତି ବିରୋଧୀ । ମମିତା ମେହେର ହତ୍ୟାକାଣ୍ଡ କୁ ନେଇ ବିଜେଡି ପକ୍ଷରୁ ଏକ ପ୍ରେସମିଟ ଜରିଆରେ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ।
ତେବେ ୨୦୧୩ ଇତିଶ୍ରୀ ପ୍ରଧାନ ଘଟଣା ଓ ୨୦୧୭ର କୁନ୍ଦୁଲି ଘଟଣାକୁ ଉଦାହରଣ ଦେଇ ବିଜେପି ଓ କଂଗ୍ରେସକୁ ଘେରିଛି ବିଜେଡି । ୨୦୧୪ ସାଧାରଣ ନିର୍ବାଚନ ଓ ବିଜେପୁର-ଉପନିର୍ବାଚନ ପୂର୍ବରୁ ଜାଣିଶୁଣି ବିରୋଧୀ ଏହି ଦୁଇଟି ପ୍ରସଙ୍ଗ ଉଠାଇଥିଲେ । ହେଲେ ନିର୍ବାଚନ ସରିଯିବା ପରେ ଏହି କଥାକୁ ବିରୋଧୀ ଭୁଲି ଯାଇଥିଲେ । କେବଳ ନିର୍ବାଚନ ବୈତରଣୀ ପାର୍ କରିବା ପାଇଁ ବିରୋଧୀ ଏପରି ଶସ୍ତା ରାଜନୀତି କରୁଥିଲେ ବୋଲି ବିଜେଡି କହିଛି । ହେଲେ ସରକାର ସବୁବେଳେ ନାରୀ ସୁରକ୍ଷା ପ୍ରସଙ୍ଗକୁ ଗୁରୁତ୍ୱର ସହ ନେଇଥାନ୍ତି ବୋଲି ବିଜେଡି କହିଛି ।
ସୂଚନାଯୋଗ୍ୟ ଯେ,ମମିତା ମେହେର ମୃତ୍ୟୁକାଣ୍ଡକୁ ନେଇ ବିଜେପି ଏବେ ସାରା ଓଡିଶାରେ ନିଜର ବିକ୍ଷୋଭ ଜାରି ରଖିଛି ।କେତେକ ଜିଲ୍ଲାରେ ବନ୍ଦ ପାଳନ ମଧ୍ୟ କରାଯାଉଛି ଆଉ ଏଭଳି ସମୟରେ ପ୍ରେସମିଟ୍ କରି ବିରୋଧୀଙ୍କୁ ଟାର୍ଗେଟ କରିଛି ବିଜେଡି ।

Comments (0)
Add Comment